୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ପାଞ୍ଚ ଦିନ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ନିର୍ଦ୍ଧିରିତ ଦିନଠାରୁ ଆଗକୁ ପହଞ୍ଚିପାରେ । ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ଆଜି ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ମୌସୁମୀ ସକ୍ରିୟ ରହିଛି ।

 

ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାକି ମୌସୁମୀ ବାୟୁକୁ ଆଗୁଆ ଓଡ଼ିଶା ପ୍ରବେଶ କରାଇବାରେ ସହାୟକ ହେବ । ପାଣିପାଗ ବିଭାଗ ସୂଚନା ଦେଇଛି, ଲଘୁଚାପ ପ୍ରଭବାରେ ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇପାରେ ବର୍ଷା ।

 

ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

 

ଅରେଞ୍ଜ ଓ୍ୱାର୍ଣ୍ଣିଂ

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ ଓ ସମ୍ୱଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ବର୍ଷା ସମ୍ଭାବନା ରହିଛି ।

 

ୟେଲୋ ଓ୍ୱାର୍ଣ୍ଣିଂ

ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷିବ ।

Leave A Reply

Your email address will not be published.