ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୨ ଗୁରୁତର

0

କଳାହାଣ୍ଡି: କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଓଆଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସ୍‌ ହେଲପର ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯାତ୍ରୀ ମାନେ ବର୍ତ୍ତିଯାଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଛି।

 

ସୂଚନାନୁସାରେ, ଆଜି ଭୋରରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଦୁର୍ଘଟଣା ଘଟିଛି । ଭୁବନେଶ୍ୱର ରୁ ମାଳକାନଗିରି ଆସୁଥିବା ଏହି ବସ୍ ର ନାମ ଦିଲଖୁସ ବୋଲି ଜଣାପଡିଛି।

Leave A Reply

Your email address will not be published.