ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

0

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ ତେଲ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ସିଲ୍ କରିଥିବା ସୂଚନା ରହିଛି ।

 

ଅଲୱାର ଜିଲ୍ଲା ସ୍ଥିତ ବାବା ରାମଦେବଙ୍କ ସୋରିଷ ତେଲ ପ୍ରସ୍ତୁତକାରୀ ପତଂଜଳି ଫ୍ୟାକ୍ଟ୍ରିକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଖୋଦ ଜିଲ୍ଲାପାଳ ନିଜେ ଚଢାଉରେ ସାମିଲ ହୋଇଥିବାବେଳେ ସମସ୍ତ ଦୃଶ୍ୟ ଭିଡିଓରେ କଏଦ କରାଯାଇଛି ।

 

ପୂର୍ବରୁ ସୋଲ୍‌ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (SEA) ବାବା ରାମଦେବଙ୍କ ପତଂଜଳି କମ୍ପାନୀରେ ତେଲ ଅପମିଶ୍ରଣ ହେଉଥିବା ଅଭିଯୋଗ ଆଣିଥିଲା । ଏପରିକି ନିଜ ତେଲ ବିଜ୍ଞାପନରେ ବାବା ରାମଦେବ ଅନ୍ୟ କମ୍ପାନୀଗୁଡିକ ଅପମିଶ୍ରଣ କରୁଥିବା ମଧ୍ୟ କହିଥିଲେ । ଯାହାକୁ SEA ଖୋଲାଖୋଲି ବିରୋଧ କରିଥିଲା ।

 

ଅଲୱାର ଜିଲ୍ଲା ଖୈରଥାଲ୍ ସ୍ଥିତ ପତଂଜଳି କମ୍ପାନୀରେ ତେଲ ଅପମିଶ୍ରଣ ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଯାହା ପରେ ଅଲୱାର୍ ଜିଲ୍ଲା ପ୍ରଶାସନ ଆକ୍ସନ୍ ମୋଡକୁ ଆସିଥିଲା । (ସିଂଘାନିଆ) ପତଂଜଳି ତେଲ ମିଲ୍ ସିଲ୍ କରିବା ସହ ବିପୁଳ ପରିମାଣର ତେଲ ପ୍ୟାକେଟକୁ ସ୍ଥାନୀୟ ପ୍ରଶାସନ ସିଜ୍ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.