ନଅମାସ ପରେ ଖୋଲିବ ଶ୍ରୀମନ୍ଦିର, ଚକା ନୟନ ଦର୍ଶନ କରିବେ ଭକ୍ତ

0

ପୁରୀ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘ ୯ମାସ ଧରି ତିନି ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ଚାହିଁ ରହିଥିବା ଭକ୍ତଙ୍କ ମନଖୁସି ହେଲା ପରି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ଖୋଲାଯିବ। ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ।

 

ଶ୍ରୀମନ୍ଦିର ଆସନ୍ତା ୨୧ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ପ୍ରଥମ ୪ରୁ ୫ ଦିନ କେବଳ ପୁରୀ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଜାନୁଆରୀ ୧ ଏବଂ ୨ ତାରିଖରେ ଭିଡ ହେଉଥିବାରୁ ଦର୍ଶନ ବନ୍ଦ ରହିବ। ୩ ତାରିଖ ଠାରୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ । ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ରହିବ । ଏଥି ପାଇଁ ଏସ୍ଓପି ଜାରି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

Leave A Reply

Your email address will not be published.