ବିଗ ବାସ୍କେଟର ଡାଟାବେସରୁ ୨ କୋଟି ୟୁଜର୍ସଙ୍କ ଡାଟା ଚୋରି

0

ନୂଆଦିଲ୍ଲୀ: ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟ ଡାଟାବେସରୁ ହ୍ୟାକରମାନେ ୧୫ଜିିବି ଫାଇଲ ଚୋରି କରିଛନ୍ତି । ଏଥିଯୋଗୁ ଅନଲାଇନରେ ୨କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ଲିକ୍ ହୋଇଛି । ସାଇବର ଇଂଟେଲଜେନ୍ସ କମ୍ପାନୀ ସାଇବେଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବିଗ୍ ବାସ୍କେଟ ବାଙ୍ଗାଲୋର ସାଇବର ସେଲରେ ଏ ନେଇ ମାମଲା ରୁଜୁ କରିଛି ।

ଲିକ୍ ହୋଇଥିବା ତଥ୍ୟ ମଧ୍ୟରେ ୟୁଜର୍ସଙ୍କ ନାମ, ଜନ୍ମ ତାରିଖ, ଇ-ମେଲ, ମୋବାଇଲ ନମ୍ବର, ଠିକଣା, ଲଗଇନ ଆଇପି ଓ ଲୋକେସନ ହ୍ୟାକର ହାତରେ ଲାଗିଛି । ୟୁଜର୍ସମାନଙ୍କ ବ୍ୟାଙ୍କ ଆକାଂଉଟରୁ କୌଣସି ଅର୍ଥ ଚୋରି ହୋଇ ନାହିଁ । ଏହା ସୁରକ୍ଷିତ ଅଛି ବୋଲି ସାଇବେଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.