ଅକ୍ଟୋବର ସୁଦ୍ଧା ଭାରତ ଛୁଇଁପାରେ କରୋନାର ତୃତୀୟ ଲହର; ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ

0

ବେଙ୍ଗାଲୁରୁ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଭାରତକୁ ଛୁଇଁପାରେ କରୋନାର ତୃତୀୟ ଲହର। ଏହାକୁ ନେଇ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହା ଦ୍ବିତୀୟ ଲହର ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ ଏବଂ ଏହାର ୧୦ ପ୍ରତିଶତ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିପାରେ ବୋଲି କହିଛନ୍ତି ବିଶେଷଜ୍ଞ।

ରିପୋର୍ଟ ଅନୁଯାୟୀ ଏହା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ରହିବ ବୋଲି ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି।

ତେବେ ଏହା ଦ୍ବିତୀୟ ଲହରଠାରୁ ଅଧିକ ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ। ଦେଶରେ ଲୋ‌କ ଟିକାକରଣ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତରେ ଟିକାକରଣ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି।

Leave A Reply

Your email address will not be published.