ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ

0

ଭୁବନେଶ୍ୱର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ । ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ସୁଶାନ୍ତ ସାହୁ । ସେ ସ୍ଥାନୀୟ ଅଞ୍ଚଳର ଜଣେ ଫୁଲ ବ୍ୟବସାୟୀ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

 

ଆଜି ସକାଳେ ରେଳ ଲାଇନରେ ଜଣେ ଯୁବକଙ୍କ ମୃତେଦହ ପଡ଼ିଥିବା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଏୟାରଫିଲ୍ଡ ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଟ୍ରେନ ଦୁର୍ଘଟଣାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ଅଧିକ ଖୋଳତାଡ କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.