ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

0

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ବିଦେଶ ଫେରନ୍ତା ପଜିଟିଭ୍ ଅଛନ୍ତି । କ୍ୱାତାର ଓ ୟୁକ୍ରେନରୁ ଫେରିବା ପରେ ଯଥାକ୍ରମେ ମାର୍ଚ୍ଚ ୫ ଓ ମାର୍ଚ୍ଚ ୮ ତାରିଖରୁ ଉଭୟ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଉଭୟଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ଯାହାର ନମୁନା ପଜିଟିଭ୍ ଆସିଛି ।

 

ସେମାନଙ୍କ ନମୁନାକୁ ଭୁବନେଶ୍ୱର ସ୍ଥିତ ଆଇଏଲ୍ଏସକୁ ପଠାଯାଇଛି । ସେଠାରେ ଜିନୋମ ସିକ୍ୱେନସିଂ କରାଯିବ । ଏଥିରୁ ଜଣାପଡ଼ିବ ଉଭୟ ବିଦେଶ ଫେରନ୍ତାଙ୍କ ଠାରେ କରୋନାର କେଉଁ ଷ୍ଟ୍ରେନ୍ ଅଛି ।

Leave A Reply

Your email address will not be published.