ଚର୍ଚ୍ଚାରେ ଭରେନିକା ଆଉ ବିଶାଳକାୟ ଭାଲୁର ବନ୍ଧୁତା

0

ମସ୍କୋ: ରୁଷିଆର ଭରେନିକା ଦିଚକା ଏବଂ ଏକ ବିଶାଳକାୟ ଭାଲୁର ବନ୍ଧୁତା ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ଭରେନିକା ତାଙ୍କ ପୋଷା ଭାଲୁ ସହ ଦୈନିକ ନୋବୋସିବିର୍ସ୍କ ହ୍ରଦରେ ନୌକା ବିହାର କରନ୍ତି । ତାଙ୍କ ପ୍ରିୟ ଭାଲୁ କେବେ ହେଲେ କ୍ଷତି କରିବ ନାହିଁ ବୋଲି ସେ ବିଶ୍ୱାସର କୁହନ୍ତି । ୨୦୧୯ରେ ଭରେନିକା ଏକ ସଫାରୀ ପାର୍କରେ ଏହି ଭାଲୁର ଜୀବନ ରକ୍ଷା କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଭାଲୁ ସହ ନୌକାରେ ଯିବା ବେଳେ ଉଭୟ ମାଛ ଧରନ୍ତି ଓ ମଜା କରନ୍ତି ।ବିଶାଳକାୟ ଭାଲୁଟି ଯେତେବେଳେ ବି ଭୟ କରେ ଭରେନିକା ପଛରେ ଲୁଚିଯାଏ । ଫଟୋଗ୍ରାଫିରେ ରୁଚି ରଖିଥିବା ଏହି ରୁଷୀୟ ଲଳନା ସେମାନଙ୍କ ବନ୍ଧୁତାର ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ଯାହାକୁ ସମେସ୍ତ ପସନ୍ଦ କରୁଛନ୍ତି କହିଲେ ଭୁଲ ହେବନି । ସେ ମୋର ପରିବାରର ସଦସ୍ୟ, ପାଣିକୁ ବହୁତ ଭଲ ପାଉଥିବାରୁ ତାକୁ ବୁଲାଇବାକୁ ନିଏ ବୋଲି ଭରେନିକା କହିଛନ୍ତି ।

Leave A Reply

Your email address will not be published.