ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ :୪ର୍ଥ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ

0

ସାଉଥାମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ୪ର୍ଥ ଦିବସରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଖବର ହସ୍ତଗତ ହେଲା ବେଳକୁ ଲଂଚ ପର୍ଯ୍ୟନ୍ତ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇନି । ଏକ ରୋମାଂଚକ ମୁକାବିଲା ଦେଖିବା ନେଇ ବ୍ୟଗ୍ର ଥିବା କ୍ରିକେଟପ୍ରେମୀମାନେ ଶେଷର ନିରାଶ ହେଇଛନ୍ତି ।

 

ଆଜି ଦିନ ଯାକ ବର୍ଷା ଏବଂ ଖରାପ ଆଲୋକ ରହିବ ବୋଲି ଅନୁମାନ କରାଯାଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୦୧ ରନ ସଂଗ୍ରହ କରିଛି । କେନ ୱିଲିୟମସନ ୧୨ ଓ ରସ ଟେଲର ଖାତା ନ ଖୋଲି ଅପରାଜିତ ଅଛନ୍ତି । ଅବଶ୍ୟ ଭାରତକୁ ଏହି ବର୍ଷା ପରୋକ୍ଷରେ ସହାୟ ହେଉଛି କହିଲେ ଭୁଲ ହେବ ନାହିଁ ।

Leave A Reply

Your email address will not be published.