ଯୁବକଙ୍କୁ ପିଟିପିଟି ହତ୍ୟା, ଟଙ୍କା ଓ ମୋବାଇଲ୍ ଲୁଟ୍

0

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକ ପାଣ୍ଡୁଗୁଡ଼ାକୁ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ତେବେ ସେଠାରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ସେମାନେ ରାତ ୧୦ଟା ବେଳେ ଗାଁକୁ ଫେରୁଥିବା ବେଳେ ସ୍ଥାନୀୟ ବ୍ରଡିଗୁଡ଼ା ନିକଟରେ ଉଭୟଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ କୌଶଳ କ୍ରମେ ଟିପେଇ ସେଠାରୁ ଖସିଆସି ଗାଁରେ ଜଣାଇଥିଲେ। ପରିବାର ଓ ଗାଁ ଲୋକେ ସେଠାରେ ପହଞ୍ଚି ସୁଜିତକୁ ଉଦ୍ଧାର କରିବା ବେଳକୁ ସେ ଆଖିବୁଜିଦେଇଥିଲେ। ପୁଲିସ ଏ ଘଟଣାର ତଦନ୍ତ ଚଳାଇଛି। ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ୩ଜଣଙ୍କୁ ପୁଲିସ ଉଠାଇ ନେଇଛି। ଦୁର୍ବୃତ୍ତମାନେ ସୁଜିତ ପାଖରେ ଥିବା ୩୦ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିବାରୁ ହତ୍ୟା ପଛରେ ବିବାହ ବେଳର ଗଣ୍ଡଗୋଳର ସମ୍ପର୍କ ଅଛି କି ଲୁଟପାଟ ପାଇଁ ହତ୍ୟାକାଣ୍ଡ ହୋଇଛି ତାହା ପୁଲିସ ତଦନ୍ତ କରୁଛି।

Leave A Reply

Your email address will not be published.