ଇତିହାସ ରଚିଲା ରଣବୀରଙ୍କ ଫିଲ୍ମ ଆନିମଲ, ଉତ୍ତର ଆମେରିକାରେ ଏକ ମିଲିୟନ ଡଲାର ମାର୍କ କଲା ପାର୍‌

0

ବଲିଉଡ ସୁପରଷ୍ଟାର ରଣବୀର କପୁର ଆଜିକାଲି ତାଙ୍କ ଚଳଚ୍ଚିତ୍ର ଆନିମଲ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଆଜି ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ସକରାତ୍ମକ ସମୀକ୍ଷା ଗ୍ରହଣ କରୁଛି। ଏହି ଚଳଚ୍ଚିତ୍ର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ରାଜ୍‌ କରୁଛି।

ଶୁକ୍ରବାର ଆନିମଲ ଅଫିସିଆଲ ଏକ୍ସ (ପୂର୍ବରୁ ଟୁଇଟର)ରେ ଶେୟାର କରିଛି ଯେ ଉତ୍ତର ଆମେରିକାରେ ଆନିମଲ ଏକ ମିଲିୟନ ଡଲାର ମାର୍କ ଅତିକ୍ରମ କରିଛି। ଏକ ମିଲିୟନ ଡଲାର ମାର୍କ ସହିତ ସନ୍ଦୀପ ରେଡ୍ଡୀ ବାଙ୍ଗା ନିର୍ଦ୍ଦେଶିତ ଏହି ଫିଲ୍ମ ଉତ୍ତର ଆମେରିକାର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି। ଏହାର ପ୍ରିମିୟର ସନ୍ଧ୍ୟା ୫.୩୦ରେ ପିଏସ୍‌ଟିରେ ହେବ।ଏହି ସଫଳତା ହାସଲ କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର।

Leave A Reply

Your email address will not be published.