କାରଗିଲ୍ ଯୁଦ୍ଧକୁ ବିରୋଧ କରିଥିଲି ବୋଲି ମୋତେ ସରକାରରୁ ବିଦା କରିଦେଲେ: ନୱାଜ ସରିଫ

0

ଲହୋର: କାର୍‌ଗିଲ ଯୁଦ୍ଧକୁ ଦୀର୍ଘ୨୪ ବର୍ଷ ବିତିବା ପରେ ଶନିବାର ବଡ଼ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍। କାର୍‌ଗିଲ ଯୁଦ୍ଧକୁ ସେ ବିରୋଧ କରିବାରୁ ତାଙ୍କୁ ସରକାରରୁ ବିତାଡ଼ିତ କରାଯାଇଥିଲା ବୋଲି ନୱାଜ ସରିଫ କହିଛନ୍ତି। ଜେନାର ପରଭେଜ ମୁଶାରଫ ହିଁ କାର୍‌ଗିଲ ଯୁଦ୍ଧର ମୂଳକାରଣ ଥିଲେ।

ସେ ହିଁ ଯୁଦ୍ଧ କରିବାକୁ ଅନୁମତି ଦେଇଥିଲେ। ଏହାକୁ ବିରୋଧ କରିବାରୁ ମୁଶାରଫ ତାଙ୍କୁ ସରକାରରୁ ବିଦା କରିଥିଲେ ବୋଲି ନୱାଜ କହିଛନ୍ତି। ନୱାଜ ଭାରତ ସମେତ ଅନ୍ୟ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖିବା ଉପରେ ଗୁରୁତ୍ୱ ଦେଉଥିଲେ। ହେଲେ ମୁଶାରଫ ଯୁଦ୍ଧ ଚାହୁଁଥିଲେ।

ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ସରିଫଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ପଦରୁ ସମୟ ପୂର୍ବରୁ ବିତାଡ଼ିତ କରାଯାଇଥିଲା ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ନୱାଜ କହିଥିଲେ ‘୧୯୯୩ ଓ ୧୯୯୯ରେ ମୋତେ କାହିଁକି ବାହାର କରାଗଲା ମୋତେ ଜଣାଇବା ଉଚିତ। ମୁଁ ଯେତେବେଳ କାର୍‌ଗିଲ ଯୋଜନାକୁ ବିରୋଧ କରି ଏପରି କରିବା ଉଚିତ ନୁହେଁ ବୋଲି କହିଲି ମୋତେ ଜେନେରାଲ ପରଭେଜ ମୁଶାରଫଙ୍କ ଦ୍ୱାରା ବିତାଡ଼ିତ କରାଗଲା। ହେଲେ ପରେ ମୁଁ ଯାହା କହିଥିଲି ତାହା ଠିକ୍ ପ୍ରମାଣିତ ହେଲା।’

ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନୱାଜ ଏହି ତଥ୍ୟର ଖୁଲାସା କରିଥିଲେ। ଏଥିସହିତ ସେ କହିଥିଲେ ଯେ ମୁଁ ୩ ଥର ପ୍ରଧାନମନ୍ତ୍ରୀ ହୋଇଛି ଓ ଫଳପ୍ରଦ କାର୍ଯ୍ୟ କରିଛି। ତଥାପି ମୋତେ ବିଦା କରାଯାଇଥିଲା। ପଡ଼ୋଶୀ ସହ ସମ୍ପର୍କକୁ ଗୁରୁତ୍ୱ ଦେଇ ନୱାଜ କହିଥିଲେ ମୋ ପ୍ରଧାନମନ୍ତ୍ରୀ ହେବା ସମୟରେ ହିଁ ଦୁଇ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ(ମୋଦୀ ଓ ବାଜପେୟି) ଲାହୋର ଆସିଥିଲେ। ଆମେ ଭାରତ, ଆଫଗାନିସ୍ତାନ ଏବଂ ଇରାନ ସହ ସହ ସମ୍ପର୍କ ସୁଧାରିପାରିବା। ଚୀନ ସହ ଆମେ ଆହୁରି ମଜଭୁତ ସମ୍ପର୍କ ରଖିବା ଉତିତ୍ ବୋଲି ନୱାଜ କହିଛନ୍ତି।

Leave A Reply

Your email address will not be published.