ତାଜ୍ ହୋଟେଲ ଗ୍ରୁପ ଉପରେ ସାଇବର ଆଟାକ । ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି ହୋଇଥିବା ଦାବି

0

ଟାଟା ଗ୍ରୁପ ମାଲିକାନାରେ ଥିବା ତାଜ୍ ହୋଟେଲ ଗ୍ରୁପ ଉପରେ ନଭେମ୍ବର ୫ ତାରିଖରେ କଥିତ ସାଇବର ଆଟାକ ହୋଇଛି । ଖବର ଆସୁଛି କି ହେକର୍ସମାନେ ତାଜ ହୋଟେଳର ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି କରିନେଇଛନ୍ତି । ଏହି ଡାଟାକୁ ଫେରାଇବାକୁ ହେକର୍ସମାନେ ୫ ହଜାରଡଲାର ସହ ୩ ଟି ସର୍ତ୍ତ ରଖିଛନ୍ତି । ଏନେଇ ତାଜ୍ ହୋଟେଲ ତରଫରୁ କୁହାଯାଇଛି କି, ଏନେଇ ସେମାନେ ଯାଂଚ ଚଳାଇଛନ୍ତି ଓ ଗ୍ରାହକଙ୍କ ଡାଟା ସୁରକ୍ଷିତ ରହିଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସାଇବର ହେକର୍ସମାନେ ତାଜ ହୋଟେଲ ଗ୍ରୁପକୁ ଗ୍ରାହକଙ୍କ ଡାଟା ବଦଳରେ ୪ ଲକ୍ଷ ଟଙ୍କା ଦାବି କରିଛନ୍ତି । ହେକର୍ସମାନେ ସେମାନଙ୍କ ଗ୍ରୁପର ନାମ ଡିଏନଏ କୋକିଜ ବୋଲି କହିଛନ୍ତି । ଏହା ସହ ଡାଟା ଫେରାଇବାକୁ ହେକର୍ସମାନେ ୩ଟି ସର୍ତ୍ତ ରଖିଛନ୍ତି । ପ୍ରଥମରେ ଏନେଇ ମଧ୍ୟସ୍ଥତା କରିବାକୁ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଆସନ୍ତୁ । ଏହାସହ ଭାଗ ଭାଗ କରି ଡାଟା ଫେରାଯିବ ନାହିଁ । ଏବଂ ତୃତୀୟରେ ସେମାନେ ଡାଟାର ଆଉ ଅଧିକ ସାମ୍ପଲ ପ୍ରମାଣ ରୂପେ ଦେବାକୁ ମନା କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ ହେକର୍ସମାନେ ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି କରିଛନ୍ତି । ଏଥିରେ ଗ୍ରାହକମାନଙ୍କ ବ୍ୟକ୍ତିଗତ ନମ୍ବର, ଠିକଣା ଓ ମେମ୍ବରସିପ୍ ଆଇଡି ଭଳି ସୂଚନା ରହିଛି । ଧମକ ଦେଉଥିବା ହେକର୍ସ କହିଛନ୍ତି କି, ସେମାନଙ୍କ ପାଖରେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଗ୍ରାହକଙ୍କର ଡାଟା ରହିଛି ।

କେବଳ ତାଜ୍ ଗ୍ରୁପ ନୁହେଁ ଇଣ୍ଡିଆନ ହୋଟେଲ କମ୍ପାନୀ ଲିମିଟେଡର ପ୍ରବକ୍ତା କହିଛନ୍ତି କି, ତାଙ୍କୁ ମଧ୍ୟ ଏବାବଦରେ ଜଣାଅଛି । ହେଲେ ଏହି ଡାଟାରେ ସେଭଳି କିଛି ସମ୍ବେଦନଶୀଳତା ନଥିବା କଥା ସେ କହିଛନ୍ତି ।

Leave A Reply

Your email address will not be published.