ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍‌, କହିଲେ ପ୍ରଧାନମନ୍ତ୍ରୀ ପୂର୍ବରୁ କହୁଥିଲେ ସେ ଓବିସି, କିନ୍ତୁ…

0

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାତି ଜନଗଣନା ପ୍ରସଙ୍ଗରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦାବି କରିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଏମ୍‌ପିଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ଜାତି ଭିତ୍ତିକ ସର୍ଭେ କରାଯିବ।

ରାହୁଲ ଗାନ୍ଧି କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରେ ପ୍ରଥମ କାର୍ଯ୍ୟ ହେଉଛି ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ପ୍ରକୃତ ସଂଖ୍ୟା ଜାଣିବା ପାଇଁ ଜାତି ଭିତ୍ତିକ ଜନଗଣନା କରିବା।

ଶୁକ୍ରବାର ମଧ୍ୟପ୍ରଦେଶର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା କହିଛନ୍ତି, ନରେନ୍ଦ୍ର ମୋଦି ପୂର୍ବରୁ କହୁଥିଲେ ଯେ ସେ ଓବିସି, କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ଭାଷଣରେ ସେ କହିଛନ୍ତି ଯେ ଦେଶରେ କେବଳ ଗୋଟିଏ ଜାତି ଅଛି – ଗରିବ । ଯେତେବେଳେ କଂଗ୍ରେସ ଜାତି ଜନଗରନା ବିଷୟରେ କହିଛି, ସେତେବେଳେ ନରେନ୍ଦ୍ର ମୋଦି ଜିଙ୍କ ମନରୁ ଜାତି ଜନଗଣନା ଅଦୃଶ୍ୟ ହୋଇଯାଇଛି। କାରଣ ସେ ଓବିସି, ଦଲିତ ଏବଂ ଆଦିବାସୀ ଯୁବକମାନଙ୍କୁ ଦେଶର ସତ୍ୟ କହିବାକୁ ଚାହୁଁନାହାଁନ୍ତି।

Leave A Reply

Your email address will not be published.