ବନ୍ଦ ହୋଇଗଲା ସ୍କୁଲ

ରାଜ୍ୟରେ ଅସମ୍ଭାଳ ତାତିକୁ ଦୃଷ୍ଟି ରଖି ସ୍କୁଲ ବନ୍ଦ ନିଷ୍ପତ୍ତି

1

ରାଜ୍ୟରେ କଲବଲ କଲାଣି ଅସମ୍ଭାଳ ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା । ତେବେ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ । ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଉ ଏହାରି ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି। ଏସଓପି ବାହାରେ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡ଼ିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତି ନେଇପାରିବେ ।

1 Comment
  1. VOP News says

    good decision

Leave A Reply

Your email address will not be published.