ଶାହରୁଖ ଙ୍କ ପୁଅ ହେଲେ ବିଜନେସମ୍ୟାନ୍।
ବଲିଉଡର ଶାହରୁଖ ଙ୍କ ପୁଅ ହେଲେ ବିଜନେସମ୍ୟାନ୍। ରୋମାନ୍ସ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ପୂର୍ବରୁ ବଡ଼ ପରଦାରେ ମୁହଁ ଦେଖାଇ ସାରିଥିବା ବେଳେ ଏବେ ଆରମ୍ଭ କରିଛନ୍ତି ନିଜ ବିଜନେସ।ଶାହରୁଖ ଓ ଗୌରୀ ଖାନଙ୍କ ୨୫ ବର୍ଷୀୟ ପୁଅ ଆର୍ଯ୍ୟନ ନିଜର ଏକ ଲକଜୁରୀ ବ୍ରାଣ୍ଡ D’YAVOL ଲଞ୍ଚ କରିଛନ୍ତି। ଏହି ବ୍ରାଣ୍ଡରେ ବିଭିନ୍ନ ପ୍ରକାର ମୃଦୁ ପାନୀୟ ସହ ଫ୍ୟାଶନ ସାମଗ୍ରୀ ବିକ୍ରି କରିବା ସହ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ବିଜନେସ ରେ ତାଙ୍କର ୨ ଜଣ ପାର୍ଟନର ବି ଥିବା ଜଣାଯାଇଛି। ଏନେଇ ଆର୍ଯ୍ୟନ ଏକ ସାକ୍ଷାତକାରରେ କହିଛନ୍ତି, ଯାହାକୁ ତୁମେ ଭଲ ପାଅ , ଯାହା ପ୍ରତି ତୁମର ଆଗ୍ରହ ଅଛି ତାହାକୁ କ୍ୟାରିଅର ତଥା ବିଜନେସ କରିବା ଆବଶ୍ୟକ । କାରଣ ସେତେବେଳେ ବ୍ୟବସାୟ ବ୍ୟକ୍ତିଗତ ସ୍ତରକୁ ଚାଲିଯାଏ । ଏବଂ ବ୍ୟବସାୟ ବ୍ୟକ୍ତିଗତ ସ୍ତରକୁ ଗଲେ ହିଁ ଆଗକୁ ବଢ଼ିଥାଏ। ନିଜ ବାପାମା’ ଙ୍କ ଉଦାହରଣ ଦେଇ ଏପରି କହିଛନ୍ତି ଆର୍ଯ୍ୟନ ।
ଆର୍ଯ୍ୟନଙ୍କ କହିବାନୁଯାୟୀ, ମା’ ଗୌରୀ ଜଣେ ପ୍ରଡ୍ୟୁସର ହୋଇଥିବା ବେଳେ ଇଣ୍ଟେରିୟର ଡିଜାଇନ ପ୍ରତି ତାଙ୍କର ରହିଛି ଅହେତୁକ ଆକର୍ଷଣ । ଏହାକୁ ସେ ବିଜନେସ କରି ଜଣେ ସଫଳ ଇଣ୍ଟେରିୟର ଡିଜାଇନର ହୋଇ ପାରିଛନ୍ତି। ସେହିପରି ବାପା ଶାହରୁଖ ଜଣେ ଅଭିନେତା ହୋଇଥିଲେ ବି ତାଙ୍କର ପ୍ରଡକ୍ସନ ହାଉସ ସହ ଏକ କ୍ରିକେଟ ଟିମ୍ ବି ରହିଛି। କାରଣ ଖେଳ ପ୍ରତି ତାଙ୍କର ଖୁବ୍ ଭଲ ପାଇବା ରହିଛି। ଦେଖାଯିବ ଆର୍ଯ୍ୟନ ତାଙ୍କ ଉଦେଶ୍ୟ ରେ କେତେ ଦୂରୁ ସଫଳ ହେଉଛନ୍ତି