ସଂସଦ ସୁରକ୍ଷା ଭଙ୍ଗ ଘଟଣା ଦୁର୍ଭାଗ୍ୟଜନକ, ଚିନ୍ତାଜନକ : ମୋଦୀ

0

ସଂସଦ ସୁରକ୍ଷା ଭଙ୍ଗ ଘଟଣାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉକ୍ତ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସଂସଦ ସୁରକ୍ଷା ଭଙ୍ଗ ଘଟଣାକୁ ମୋଦୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ କହିଛନ୍ତି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଘଟଣାର ଗମ୍ଭୀରତାକୁ ଆଦୌ ଅଣଦେଖା କରାଯାଇପାରିବନି।

ମୋଦୀ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ସମସ୍ତେ ଉକ୍ତ ଘଟଣାରେ ବିବାଦରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୩ ତାରିଖରେ ୨୦୦୧ ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଅବସରରେ ୨ ଜଣ ବ୍ୟକ୍ତି ସାଗର ଶର୍ମା ଏବଂ ମନୋରଞ୍ଜନ ଡି ଲୋକସଭା ଚ୍ୟାମ୍ବରକୁ ପବ୍ଲିକ ଗ୍ୟାଲେରିରୁ ଡେଇଁ ପଡ଼ିଥିଲେ। ଉଭୟ ରଙ୍ଗିନ ଧୂଆଁ ଛାଡ଼ିବା ସହ ସ୍ଲୋଗାନ ଦେଇଥିଲେ।

ଏହି ସମୟରେ ସଂସଦ ବାହାରେ ମଧ୍ୟ ଅନ୍ୟ ଜଣ କାନିଷ୍ଟର୍ରୁ ରଙ୍ଗିନ ଧୁଆଁ ଛାଡ଼ି ସ୍ଲୋଗାନ ଦେଇଥିଲେ। ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀ ପୁଲିସ ୭ ଦିନ ପାଇଁ ରିମାଣ୍ଡରେ ନେଇଛି।

Leave A Reply

Your email address will not be published.