୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଏବେ ଦେବାକୁ ପଡ଼ିବ ଭାରି ଜରିମାନା

0

କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସଚେଞ୍ଜ(ସିବିଡି଼ଟି) ସୂଚନା ଦେଇଛନ୍ତି ଯେ, ପାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବାର ସମୟ ସିମନରେ ୩୦ ଜୁନ ଥିଲା।

ଯେଉଁ ଲୋକମାନେ ଏହି ସମୟସୀମା ମଧ୍ୟରେ ଦୁଇ କାର୍ଡ଼ର ଲିଙ୍କ କରି ନଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଦେଶରେ ବର୍ତମାନ ପନକାର୍ଡ ସଂଖ୍ୟା ୭୦.୨୪ କୋଟି ଟଙ୍କାରେ ପହଞ୍ଚିଛି। ଏଥିରୁ ୫୭.୨୪ କୋଟି ଲୋକେ ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିଛନ୍ତି। ପ୍ରାୟ ୧୨ କୋଟି ଲୋକେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟାକୁ ପାଳନ କରିନାହାନ୍ତି। ଏଥିରୁ ୧୧.୫ କୋଟି କାର୍ଡ ଦିଆକ୍ଟିଭେଟ କରିଦିଆଯାଇଛି।

ଏହି ଆରଟିଆଇ ମଧ୍ୟପ୍ରଦେଶର ଆରଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌରଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଏହାର ଜବାବରେ ସୂଚନା ଦିଆଯାଇଥିଲା ଯେ ନୂତନ ପ୍ୟାନ କାର୍ଡ ତିଆରି କରିବା ସମୟରେ ଆଧାର ସହିତ ସଂଯୁକ୍ତ। ଯେଉଁମାନେ ଜୁଲାଇ ୧, ୨୦୧୭ ପୂର୍ବରୁ ପାନ୍ କାର୍ଡ ତିଆରି କରିଥିଲେ ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା।

ଆୟକର ଅଧିନିୟମର ଧାରା ୧୩୯ଏଏ ଅନୁଯାୟୀ, ପାନ୍ କାର୍ଡ ଏବଂ ଆଧାରକୁ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଦେଶ ଅନୁଯାୟୀ, ଯେଉଁମାନେ ପାନ୍-ଆଧାର ଲିଙ୍କ୍ ପାଇବାରେ ବିଫଳ ହୁଅନ୍ତି, ସେମାନେ ୧୦୦୦ ଟଙ୍କା ଜୋରିମାନା ଦେଇ ସେମାନଙ୍କ କାର୍ଡକୁ ପୁଣିଥରେ ସକ୍ରିୟ କରିପାରିବେ।

Leave A Reply

Your email address will not be published.