୧୩ଟି ବିରଳ ରୋଗ ପାଇଁ ଭାରତରେ ମିଳିବ ଔଷଧ । ତାହା ପୁଣି ଶସ୍ତା ଦାମରେ

0

ଦେଶରେ ସେହି ରୋଗୀମାନଙ୍କ ପାଇଁ ଖୁସି ଖବର ଯେଉଁମାନେ ବିରଳ ରୋଗରେ ପୀଡିତ । ଏବେ ସରକାର ସେମାନଙ୍କୁ କମ୍ ଦାମରେ ଔଷଧ ପ୍ରଦାନ କରିବେ । ଏହି ୧୩ଟି ବିରଳ ରୋଗ ପାଇଁ ଦେଶରେ ଔଷଧ ପ୍ରସ୍ତୁତ ହୋଇଛି । ଏବେ ଏହି ଔଷଧର ଦାମ କୋଟି କୋଟି ଟଙ୍କା ନୁହେଁ ବରଂ କମ୍ ଦାମରେ ଉପଲବ୍ଧ ହେବ ।

ଏହି ବିରଳ ରୋଗ ମଧ୍ୟରେ ରହିଛି ସିକିଲ ସେଲ ବା ଏନିମିୟା । ଯାହାର ସିରଫ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଉପଲବ୍ଧ ହେବ । ଏହି ଔଷଧ ଆସିବା ପରେ ଲକ୍ଷ ଲକ୍ଷ ଏନିମିୟା ରୋଗୀ ଉପକୃତ ହେବେ । ସେହିଭଳି ଟାଇରୋସିନେମିଆ, ଗାଉଚରର୍ସ, ୱିଲସନସ୍, ଡ୍ରାଭେଟ, ଫେନିଲକେଟୋନୁରିଆ, ହାଇପରମମୋନେମିଆ ଭଳି ବିରଳ ରୋଗ ରହିଛି । ଏହି ରୋଗର ଔଷଧ ୬ ଲକ୍ଷ ରୁ ଆରମ୍ଭ କରି ୨ କୋଟି ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ । ସେହିଭଳି ନିଟିସିନୋନେ, ଏଇଗ୍ଲୋସଟ, ଟ୍ରିନଟିନେ ଓ କାନାବାଇଡୋଲ ଭଳି ବିରଳ ରୋଗର ଔଷଧ ଉପଲବ୍ଧ ହେବ । ଅନ୍ୟପଟେ ଏଲିଗୁସ୍ଟା ରୋଗ ପାଇଁ ଔଷଧର ଦାମ ୬୯ କୋଟି ଟଙ୍କା ଥିବା ବେଳେ ଏହା ୩ ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।

ଏହି ବିରଳ ରୋଗର ନିରାକରଣ ପାଇଁ ୮ ଟି ଔଷଧ ଉପରେ ଅନୁସନ୍ଧାନ ଚାଲିଥିବା ବେଳେ ଏବେ ୪ଟି ଔଷଧକୁ ଅନୁମତି ମିଳିଛି ।

Leave A Reply

Your email address will not be published.