ହେଡଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହରାଇବେ ୧୦୦ କୋଟି ଯୁବା!

0

ପ୍ୟାରିସ: ସାମ୍ନାକୁ ଆସିଛି ଚକିତ କରିବା ଭଳି ଗୋଟିଏ ରିପୋର୍ଟ। ଯୁବଗୋଷ୍ଠୀ ଏବେ ଅନେକ ସମୟରେ ବିଭିନ୍ନ ପ୍ରକାରର ହେଡଫୋନ୍ସ ବ୍ୟବହାର କରି ସବୁବେଳେ ଗୀତ ଶୁଣୁଛନ୍ତି କିମ୍ବା କଥା ହେଉଛନ୍ତି। ସେହିପରି ଜୋରରେ ନାଚଗୀତ ପରିବେଶଣ ହେଉଥିବା ସ୍ଥାନ ଗୁଡ଼କରେ ପାର୍ଟି ବି କରୁଛନ୍ତି।

 

ଏହାର ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏପରି ସମସ୍ୟା ଦେଇ ଗତି କରୁଛି। ଯୁବକ/ଯୁବତୀମାନଙ୍କ ଏପରି ଆଚରଣ ସେମାନଙ୍କ ଶ୍ରବଣ ଶକ୍ତି ଉପରେ ପ୍ରଭାବକ ପକାଉଛି। ଗୋଟିଏ ରିପୋର୍ଟ ଅନୁଯାୟୀ, ଏଭଳି ଆଚରଣ ଯୋଗୁ ବିଶ୍ୱର ୧୦୦ କୋଟି ଯୁବା ଶ୍ରବଣ ଶକ୍ତି ହରାଇବା ଜୋନକୁ ଚାଲି ଆସିଛନ୍ତି।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱରେ ହୋଇଥିବା ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଯୁବକ/ଯୁବତୀମାନଙ୍କୁ ନିଜର ଶ୍ରବଣ ଶକ୍ତି ଅଭ୍ୟାସ ପ୍ରତି ସତର୍କ ରୁହନ୍ତୁ। ଏଥିସହ ସରକାର ଓ ବିଭିନ୍ନ ଶ୍ରବଣ ଯନ୍ତ୍ର ତିଆରି କରୁଥିବା କମ୍ପାନୀଗୁଡ଼ିକୁ ଭବିଷ୍ୟତ ପିଢ଼ିଙ୍କ ଶ୍ରବଣ ଶକ୍ତିର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

 

ହେଡଫୋନ୍ସର ବହୁଳ ବ୍ୟବହାର ଓ ଜୋରରେ ନାଚଗୀତ ହେଉଥିବା ସ୍ଥାନ ଗୁଡ଼ିକର ପ୍ରଭାବ ଯୁବଗୋଷ୍ଠୀଙ୍କ ଶ୍ରବଣ ଶକ୍ତି ଉପରେ କି’ ପ୍ରକାରର ପ୍ରଭାବ ପକାଉଛି, ସେ ସଂକ୍ରାନ୍ତ ରିପୋର୍ଟ ବିଏମଜେ ଗ୍ଲୋବାଲ ହେଲ୍ଥ ଜର୍ଣ୍ଣାଲରେ ପ୍ରକାଶ କରାଯାଇଛି। ଏଥିରେ ଇଂରାଜୀ, ସ୍ପାଇନିଶ, ଫ୍ରେଞ୍ଚ ଓ ରୁଷିଆନ ଭାଷାରେ ପ୍ରକାଶିତ ୩୩ଟି ରିପୋର୍ଟକୁ ବିଶ୍ଲେଷଣ କରି ସ୍ଥାନ ଦିଆଯାଇଛି।

 

ଦୀର୍ଘ ୨ ଦଶନ୍ଦି ଧରି ଚାଲିଥିବା ଏହି ଗବେଷଣାରେ ପ୍ରାୟ ୨୦ ହଜାର ଯୁବା ସାମିଲ ହୋଇଥିଲେ। ଏମାନଙ୍କ ବୟସ ୧୨ରୁ ୩୪ ବର୍ଷ ମଧ୍ୟରେ ରହିଥିଲା। ତର୍ଜମାରୁ ଜଣାପଡ଼ିଛି ଯେ ଏମାନଙ୍କ ମଧ୍ୟରୁ ୨୪% ଯୁବା ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ହେଡଫୋନ୍ସ ଦ୍ୱାରା ନିଜର ଶ୍ରବଣ ଅଭ୍ୟାସ ରଖିଛନ୍ତି। ସେମାନେ ସ୍ମାର୍ଟଫୋନର ଦ୍ୱାରା ହେଡଫୋନ୍ସର ବ୍ୟବହାର କରନ୍ତି।

 

ସେହିପରି ୪୮% ଯୁବା ବିଭିନ୍ନ ମନୋରଞ୍ଜଭିତ୍ତିକ ସ୍ଥଳ ଯଥା କନସର୍ଟ ଓ ନାଇଟ କ୍ଲବକୁ ଯାଇ ଅସୁରକ୍ଷିତ ଶବ୍ଦ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଉଭୟ ତଥ୍ୟକୁ ମିଶାଇଲେ ସ୍ପଷ୍ଟ ହୋଇଛି ଯେ ୬୭୦,୦୦୦ ସହ ୧.୩୫ ବିଲିୟନ ଯୁବା ଏବେ ଶ୍ରବଣ ଶକ୍ତି ହରାଇବା ବିପଦ ମଧ୍ୟରେ ରହିଛନ୍ତି।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କିଛି ଯୁବକ/ ଯୁବତୀ ଉଭୟ ହେଡଫୋନ୍ସ ଏବଂ ଜୋରରେ ଶବ୍ଦ ହେଉଥିବା ସଂଗୀତ କାର୍ଯ୍ୟକ୍ରମକୁ ଯାଉଛନ୍ତି। ଯୁବକ/ଯୁବତୀମାନେ ସାଉଣ୍ଡ କମ କରି ଅଳ୍ପ ସମୟ ପାଇଁ ହେଡଫୋନ୍ସ ବ୍ୟବହାର କଲେ ଏହି ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଧିକାଂଶ ଯୁବକ/ଯୁବତୀ ଜୋରରେ ସାଉଣ୍ଡ ଶୁଣିବାକୁ ଭଲ ପାଉଛନ୍ତି।

 

ଅଡିଓଲୋଜିଷ୍ଟ କହିଛନ୍ତି, ହେଡଫୋନ ବ୍ୟବହାର କରି ପ୍ରଥମେ ଷ୍ଟେଟିଂକୁ ଦେଖନ୍ତୁ କିମ୍ବା ସ୍ମାର୍ଟଫୋନରେ ଆପ୍ସର ବ୍ୟବହାର କରି ସାଉଣ୍ଡର ସ୍ତର ଜାଣନ୍ତୁ। ଅଧିକ ଶବ୍ଦ ହେଉଥିବା ସ୍ଥାନରେ ଶବ୍ଦକୁ ହ୍ରାସ କରିବାର କ୍ଷମତା ରଖିଥିବା ହେଡଫୋନ ମଧ୍ୟ ଫାଇଦା ଦେବ।

 

ଏହି ସମୟରେ ହେଡଫୋନରେ ଗୀତ ଶୁଣି ବାହାର ସାଉଣ୍ଡର ପ୍ରଭାବକୁ ମାତ ଦିଆଯାଇ ପାରିବ। କନସର୍ଟ ଓ ନାଇଟ କ୍ଲବରେ ଇୟରପ୍ଲଗ ବ୍ୟବହାର ହୋଇପାରିବ। ଜୋରରେ ଶବ୍ଦ ଏବେ ମଜା ଦେଇ ପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଦୀର୍ଘକାଳୀନ ସୂତ୍ରରେ ଆଦୌ ଠିକ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

ବର୍ତ୍ତମାନ ୪୩୦ ମିଲିୟନରୁ ଅଧିକ ଅର୍ଥାତ ବିଶ୍ୱ ଜନସଂଖ୍ୟାର ୫%ରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବା ସମସ୍ୟା ଦେଇ ଗତି କରୁଛନ୍ତି। ୨୦୫୦ ସୁଦ୍ଧା ଏହି ସଂଖ୍ୟା ୭୦୦ ମିଲିୟନରେ ପହଞ୍ଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି।

Leave A Reply

Your email address will not be published.