‘ଆଇ-ଟୁ-ୟୁ-ଟୁ’’ ଶିଖର ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

0

ଭୁବନେଶ୍ୱର : 4ଟି ଦେଶ ଗୋଷ୍ଠୀ ‘I2U2’ ଶିଖର ସମ୍ମିଳନୀରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାୟର ଲାପିଡ ଏବଂ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ କଥା ଶୁଣିବା ସହ ମୋଦୀ କହିଛନ୍ତି ଯେ ଶକ୍ତି ସୁରକ୍ଷା, ଖାଦ୍ୟ ନିରାପତ୍ତା ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହି ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଆଇ-ଟୁ-ୟୁ-ଟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତ ଯେ ଆମେ ଅନେକ କ୍ଷେତ୍ରରେ ଯୌଥ ପ୍ରକଳ୍ପ ଚିହ୍ନଟ କରିଛୁ, ଏବଂ ସେଥିରେ ଆଗକୁ ବଢ଼ିବା ଲାଗି ରୋଡ୍‌ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ । ‘‘ଆଇ-ଟୁ-ୟୁ-ଟୁ’’ ଫ୍ରେମୱର୍କ ଅଧୀନରେ ଆମେ ଜଳ, ଇନ୍ଧନ, ପରିବହନ, ମହାକାଶ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଭଳି ଛଅଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଯୌଥ ନିବେଶକୁ ଆଗକୁ ବଢ଼ାଇବା ଲାଗି ସହମତ ହୋଇଛୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ  ‘‘ଆଇ-ଟୁ-ୟୁ-ଟୁ’’ର ଭିଜନ ଏବଂ ଏଜେଣ୍ଡା ପ୍ରଗତିଶୀଳ ଏବଂ ସକ୍ରିୟ । ଆମ ଦେଶମାନଙ୍କର ଆପୋଷ ସାମର୍ଥ୍ୟ- ପୁଞ୍ଜି, ବିଶେଷଜ୍ଞତା ଏବଂ ବଜାର-କୁ ଉପଯୋଗ କରି ଆମେ ଆମ ଏଜେଣ୍ଡାକୁ ଆଗକୁ ବଢ଼ାଇପାରିବା ଏବଂ ବିଶ୍ବ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା ।

ବର୍ଦ୍ଧିତ ବିଶ୍ବ ଅନିଶ୍ଚିତତା ମଧ୍ୟରେ ଆମର ଏହି ସହଯୋଗୀ ବ୍ୟବସ୍ଥା ବ୍ୟବହାରିକ ସହଯୋଗର ଏକ ଭଲ ମଡେଲ ହୋଇପାରିବ ।   ‘‘ଆଇ-ଟୁ-ୟୁ-ଟୁ’’ ଜରିଆରେ ଆମେ ବିଶ୍ବସ୍ତରରେ ଇନ୍ଧନ ସୁରକ୍ଷା, ଖାଦ୍ୟ ସୁରକ୍ଷା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସି ମାଧ୍ୟମରେ ନିଜ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ।

 

 

 

Leave A Reply

Your email address will not be published.