ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କଲା ହୁ
ଜେନେଭା: ମଙ୍କିପକ୍ସର ସଂକ୍ରମଣ ବିଶ୍ୱରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ହୁ ଏବେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କରିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରିପୋର୍ଟ ମୁତାବକ ଇତି ମଧ୍ୟରେ ବିଶ୍ୱରେ ୭୫ରୁ ଅଧିକ ଦେଶରେ ଏହା ବ୍ୟାପିବା ସହ ୧୬ ହଜାର ପାଖାପାଖି ମାମଲା ଚିହ୍ନଟ ହୋଇସାରିଛି । ୫ଜଣଙ୍କ ମୃତ୍ୟୁ ମଙ୍କିପକ୍ସ ଯୋଗୁ ହୋଇଥିବା ସ୍ପଷ୍ଟ କରାଯାଇଛି । ୟୁରୋପରେ ସ୍ଥିତି ଚିନ୍ତାଜନକ ଥିବା ବେଳେ ଅନ୍ୟ ସ୍ଥାନରେ ଏବେ ଏହା ନିୟନ୍ତ୍ରଣରେ ରହିଛି ବୋଲି ହୁ ପକ୍ଷରୁ କୁହାଯାଇଛି । ସମଲିଙ୍ଗୀ ପୁରୁଷଙ୍କ କ୍ଷେତ୍ରରେ ଏହା ଦ୍ରୁତ ବେଗରେ ବ୍ୟାପୁଛି ।
"So in short, we have an outbreak that has spread around the world rapidly, through new modes of transmission, about which we understand too little and which meets the criteria in the International Health Regulations."-@DrTedros #monkeypox
— World Health Organization (WHO) (@WHO) July 23, 2022
ପୂର୍ବରୁ ହୁ ଏହାକୁ ହେଲ୍ଥ ଏର୍ମଜେନ୍ସି ଭାବେ ଘୋଷଣା କରିବାକୁ ମନା କରିଥିଲା । ଭାରତରେ ଏ ପର୍ଯ୍ୟନ୍ତ ୩ଟି ମଙ୍କିପକ୍ସ କେସ ସାମ୍ନାକୁ ଆସିଛି । ୟୁରୋପରେ ଏହା ବ୍ୟାପୁଥିବାରୁ ଖୁବ ଶୀଘ୍ର ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିବା ଆଶଙ୍କା ଦେଖାଦେଇଛି । ଏହା ଯେପରି ମହାମାରୀ ରୂପ ନ ନେବ ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ହୁ ପକ୍ଷରୁ ଅନୁରୋଧ କରାଯାଇଛି ।