ଏଏସଆଇ ସଂରକ୍ଷିତ ସମସ୍ତ ସ୍ମାରକୀ ଅଗଷ୍ଟ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ମାଗଣା

0

ଭୁବନେଶ୍ୱର: ଭାରତର ୭୫ ତମ ସ୍ୱାଧୀନତା ଦିବସ ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏଏସଆଇ ପକ୍ଷରୁ ଆସିଛି ବଡ଼ ଉପହାର । ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ଫ୍ରି ଅର୍ଥାତ୍ ମାଗଣା କରାଯାଇଛି ।

ଅଗଷ୍ଟ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ସବୁ ଐତିହ୍ୟସ୍ଥଳୀକୁ ମାଗଣା କରାଯାଇଛି । ବିନା ଟିକେଟରେ ସମସ୍ତ ପର୍ଯ୍ୟଟକ ଏହି ସମୟରେ ବୁଲିପାରିବେ ।

 

ଏନେଇ ଏଏସଆଇ ଡିଜି ନିର୍ଦ୍ଦେଶ ଦେବା ସହ ସମସ୍ତ ଆଞ୍ଚଳିକ ଅଧିକାରୀ ମାନଙ୍କୁ ସୂଚନା ଜଣାଯାଇଛି ।

Leave A Reply

Your email address will not be published.