ଭାରତ ବିରୋଧରେ ଅପପ୍ରଚାରରେ ମାତିଛି ପାକିସ୍ତାନ

0

ନୂଆଦିଲ୍ଲୀ: ଯାହା ଅସମ୍ଭବ ଲାଗୁଥିଲା ତାହା ସଂଭବ କରିଦେଖାଇଛି ଭାରତ । ଜମ୍ମୁକାଶ୍ମୁରରୁ ଧାରା 370 ରଦ୍ଦ ହେବା ପରେ ପାକିସ୍ତାନ ଆଖିରେ ନିଦ ନାହିଁ । କିନ୍ତୁ ଭାରତ ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ ପାକିସ୍ତାନ । ଜାମ୍ମୁ କାଶ୍ମୀରରୁ ଧାରା 370 ହଟିବାର ତିନି ବର୍ଷ ବିତିଗଲାଣି । ତେବେ ଯେଉଁ ହିଂସାକାଣ୍ଡ ଘଟାଇବାକୁ ପାକିସ୍ତାନ ଯୋଜନା କରିଥିଲା ସେଥିରେ ସେ ସଫଳ ହୋଇପାରିନାହିଁ ।

 

ଏହି ତିନି ବର୍ଷ ଭିତରେ ଜମ୍ମୁକାଶ୍ମୀରର ଅନେକ ନିୟମ କାନୁନ ବଦଳିଗଲାଣି । ଆଜିର ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏହି ବିଲ୍ ଉପସ୍ଥାପନ କରିଥିଲେ ଏବଂ ସେବେଠାରୁ ପାକିସ୍ତାନ କେବଳ ସୋସିଆଲ ମିଡିଆରେ ଭାରତ ବିରୋଧରେ ପ୍ରଚାର କରୁଛି । ଏଥିପାଇଁ ଅନେକ ଟୁଲ କିଟ କରି ସେଥିରେ ମାତିଛି ପାକିସ୍ତାନ । ତେବେ ଭାରତୀୟ ଗୁପ୍ତଚର ଏଜେନ୍ସିମାନେ ମଧ୍ୟ ଏହାର ଉତ୍ତର ଦେବାକୁ ଯୋଜନା କରି ସଫଳ ହୋଇଛନ୍ତି । ପାକିସ୍ତାନର ଷଡ଼ଯନ୍ତ୍ର ଫେଲ ମାରିଛି । ପାକିସ୍ତାନରେ ସେନା ବିରୋଧୀମାନେ ପଥର ଫୋପାଡିବାରୁ ବିରତ ରହିଛନ୍ତି । ଗତ 3 ବର୍ଷରେ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଆତଙ୍କବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା । ବିଶେଷ କରି ଯେଉଁମାନେ ଆତଙ୍କବାଦୀଙ୍କୁ ସଂରକ୍ଷଣ ଦେଉଥିଲେ ସେମାନଙ୍କ ମୁଖା ଖୋଲି ସେମାନଙ୍କୁ ମଧ୍ୟ ଦଣ୍ଡ ଦେଇଛନ୍ତି ଭାରତୀୟ କୋର୍ଟ ।

 

ଏସବୁ ଭିତରେ ପାକିସ୍ତାନ କିନ୍ତୁ ଯାହା କରିବା କଥା କହୁଥିଲା ତାହା କରିପାରିନାହିଁ । ଜମ୍ମୁକାଶ୍ମୀରବାସୀଙ୍କୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଚେଷ୍ଟା କରି ବିଫଳ ହୋଇଛି ।

 

କାଶ୍ମୀର ଉପରେ ପାକିସ୍ତାନର ସବୁ ଯୋଜନାମାନ ନିରାଶ ହୋଇଛି। ସବୁ ପ୍ଲାନ ଫସର ଫାଟୁଥିବାରୁ ଏବେ ପାକିସ୍ତାନ ଚୀନ୍, ବେଲଜିୟମ, ଜାପାନ, ୟୁକ୍ରେନ, ବର୍ମିଂହାମ, ଦୁବାଇ, ଅଷ୍ଟ୍ରେଲିଆ, ଇଟାଲୀ, ଡେନମାର୍କ ଏବଂ ଜର୍ମାନୀରେ ପାକିସ୍ତାନର ଦୂତାବାସ ସୋସିଆଲ ମିଡିଆରେ ଡ୍ରାଫ୍ଟ ବାର୍ତ୍ତା ପ୍ରଚାର କରିଆସୁଛି ଯେ ଭାରତକୁ ଏକପାଖିଆ ରଖାଯାଉ । ଭାରତର ବେଆଇନ କାମକୁ ବିରୋଧ କରାଯାଉ । କାଶ୍ମୀରବାସୀଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ଏବଂ ମାନବିକ ଅଧିକାରର ଉଲ୍ଲଂଘନ ବନ୍ଦ କରିବେ ନଇ ପ୍ରଚାରରେ ମାତିଛନ୍ତି ପାକିସ୍ତାନ ସରକାର । ଏଥିପାଇଁ ଆଇଏସଆଇ ସହଯୋଗ କରୁଛି ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବା ପାଇଁ । ଭାରତ ବିରୋଧୀ ଏଜେଣ୍ଡାକୁ ପ୍ରଚାର ପ୍ରସାର କରିବା ପାଇଁ ଏବେ ପାକିସ୍ତାନ ଏପରି କାମରେ ଲାଗିପଡିଛି ।

Leave A Reply

Your email address will not be published.