ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍: ଜଳସ୍ତର ୬୧୫.୧୭ ଫୁଟ

0

ସମ୍ବଲପୁର: ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷାର ହେବାର ସମ୍ଭାବନା ଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବେଶ ମାତ୍ରା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

 

ସୂଚନା ମୁତାବକ, ଗତକାଲି ହୀରାକୁଦର ୧୦ଟି ଗେଟ୍ ଖୋଲିଥିଲା ।ହୀରାକୁଦର ଜଳସ୍ତର ୬୧୫.୧୭ ଫୁଟ ରହିଛି । ୩.୯୭ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧.୯୨ ଲକ୍ଷ ଘନଫୁଟ ପାଣି ନିଷ୍କାସିତ ହେଉଛି ।

 

ଅନ୍ୟପଟେ ବିପଦ ସଂକେତ ଟପିଛି ଜଳକା । ମଥାନିଠାରେ ବିପଦ ସଂକେତ ଟପିଲା ଜଳକା । ମଥାନିରେ ଜଳକାର ଜଳସ୍ତର ୬.୨୫ ମିଟର ରହିଛି । ମଥାନିରେ ବିପଦସଂକେତ ୫.୫୦ ମିଟର ଥିବା ବେଳେ ବସ୍ତା ଓ ସଦର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.