ଦେଶରେ ପ୍ରଥମ ଭୂମିକମ୍ପ ସ୍ମାରକୀ ସ୍ମୃତିବନକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ

0

ଗୁଜୁରାଟ : ଦେଶରେ ପ୍ରଥମ ଭୂମିକମ୍ପ ସ୍ମାରକୀ ସ୍ମୃତିବନକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ଭୁଜଠାରେ ଏହି ଭୂମିକମ୍ପ ସ୍ମାରକୀ ନିର୍ମାଣ ହୋଇଛି । ଏହି ସ୍ମାରକୀକୁ ୪୭୦ ଏକର ଜମିରେ ଭୁଜୀଓ ପାହାଡ ଉପରେ ନିର୍ମାଣ କରାଯାଇଛି ।

 

୨୦୦୧ ଜାନୁୟାରୀ ମାସରେ ପ୍ରଳୟଙ୍କାରୀ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଭୁଜ ଥିଲା । ଏହି ଭୂମିକମ୍ପରେ ୧୩ହଜାରରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିଲେ । ଦେଶରେ ପ୍ରଥମ ଭୂମିକମ୍ପ ସ୍ମାରକୀ ସ୍ମୃତିବନ ଠାରେ ୧୩ହଜାର ମୃତ ଲୋକଙ୍କ ନାଁ ଲିପିବଦ୍ଧ କରାଯାଇଛି ।

 

ଏହି ସ୍ମୃତିବନ ହେଉଛି ଏକ ସ୍ୱତନ୍ତ୍ର ସ୍ମାରକୀ ସ୍ଥଳୀ । ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଓ ଲୋକାର୍ପିତ ହୋଇଥିବା ଏକ ଅନନ୍ୟ ପଦକ୍ଷେପ । ଏହି ଲୋକାର୍ପଣ ଉତ୍ସବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ରାଜ୍ୟ ବିଜେପି ସଭାପତି ସି.ଆର୍‍. ପାଟିଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.