ପିଏମ୍-ଶ୍ରୀ ସ୍କୁଲ ମାଧ୍ୟମରେ ଭାରତର ବିକାଶ ହେବ

0

ନୂଆଦିଲ୍ଲୀ : ପିଏମ୍-ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଜାତୀୟ ଶିକ୍ଷାନୀତିରେ ସମସ୍ତ ଉପାଦାନ ପିଏମ୍ ଶ୍ରୀ ସ୍କୁଲ ଯୋଜନାରେ ସାମିଲ ହେବ। ଏହି ସବୁ ସ୍କୁଲରେ ଭର୍ଚୁଆଲ୍ ଏବଂ ୩D ଲ୍ୟାବ୍ କରିବା ପାଇଁ ପରିକଳ୍ପନା କରାଯାଇଛି।

 

ପିଏମ୍-ଶ୍ରୀ ସ୍କୁଲଗୁଡ଼ିକୁ ଗ୍ରୀନ୍ ସ୍କୁଲ ଭାବେ ବିକଶିତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ଉନ୍ନତୀକରଣ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ୧୪ ହଜାର ସ୍କୁଲର ଉନ୍ନତୀକରଣ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ମୋଟ ୨୭ ହଜାର ୩୬୦ କୋଟି ଟଙ୍କା ।

 

ପିଏମ୍-ଶ୍ରୀ ସ୍କୁଲ ଯୋଜନା ମାଧ୍ୟରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । କ୍ୟାବିନେଟ ନିଷ୍ପତ୍ତି ବିଷୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.