କଂଗ୍ରେସ ସଭାପତି ନିର୍ବାଚନ : ଦିଗବିଜୟ କହିଲେ ଲଢ଼ିବାକୁ ଆଗ୍ରହ ଅଛି

0

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପୂର୍ବରୁ ଏବେ ଜଣଙ୍କ ପରେ ଜଣଙ୍କ ନାମ ସଭାପତି ପାଇଁ ଚର୍ଚା ହେଉଛି । ଏବେ କଂଗ୍ରେସ ସଭାପତି ଦୈାଡ଼ରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଶଶୀ ଥରୁର, ଅଶୋକ ଗେହଲୋଟଙ୍କ ପରେ ଦିଗବିଜୟ ସିଂହ ମଧ୍ୟ ସଭାପତି ନିର୍ବାଚନରେ ଭାଗ ନେବା ପାଇଁ ଇଚ୍ଛୁକ ଥିବା କହିଛନ୍ତି ।

 

ଜାତୀୟ ଗଣମାଧ୍ୟମରେ ଅଶୋକ ଗେହଲୋଟ୍ ଏବଂ ଶଶି ଥରୁର ମତଦାନକୁ ଯିବା ନେଇ ଆଲୋଚନା ହେଉଥିଲା । ତେବେ ଆଜି ଏନଡିଟିଭି ସହ ଆଲୋଚନା ବେଳେ ଦିଗବିଜୟ ସିଂହ କହିଛନ୍ତି ସମସ୍ତେ ସେ ଦୁଇଜଣଙ୍କ ବିଷୟରେ ଆଲୋଚନା କରୁଛନ୍ତି । ମୋ ନାମକୁ କାହିଁକି ପ୍ରତ୍ୟାଖ୍ୟାନ କରାଯାଉଛି । ଏହା କହିବାର ମାନେ ଦିଗବିଜୟ ସିଂହଙ୍କର ମଧ୍ୟ ସଭାପତି ହେବା ପାଇଁ ଇଚ୍ଛା ଅଛି, ଏହା ସେ ପରୋକ୍ଷରେ କହିଥିଲେ। ତେବେ ସେ ସଭାପତି ପାଇଁ ନାମାଙ୍କନ ପତ୍ର ଭରିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି । ସମୟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଦିଗବିଜୟ ସିଂହ ।

 

ଦିଗବିଜୟ ସିଂହ ଆଉ ମଧ୍ୟ କହିଛନ୍ତି ଯେ ଯଦି ଅଶୋକ ଗେହଲୋଟ୍ କଂଗ୍ରେସର ସଭାପତି ହୁଅନ୍ତି, ତେବେ ତାଙ୍କୁ ରାଜସ୍ଥାନର ସିଏମ୍ ପଦ ଛାଡିବାକୁ ପଡିବ। ଯଦି ଏପରି ହୁଏ ସଚିନ୍ ପାଇଲଟ୍ ନିଶ୍ଚିତ ଭାବରେ ତାଙ୍କ ସ୍ଥାନ ରାଜସ୍ଥାନରେ ନେଇପାରିବେ ।

 

ଦିଗବିଜୟ ସିଂହ ଆହୁରି ପାଦେ ଆଗକୁ ଯାଇ କହିଛନ୍ତି ଗାନ୍ଧୀ ପରିବାରର କୈାଣସି ସଦସ୍ୟ ଏଥର ସଭାପତି ଦୈାଡ଼ରେ ନାହାଁନ୍ତି । ତେଣୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନେକ ବ୍ୟକ୍ତିଙ୍କର ଅଧିକାର ଅଛି। ଯଦି କେହି ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି, ତେବେ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ତେବେ ସେ ମଧ୍ୟ ଯୁଦ୍ଧ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ଦିଗବିଜୟ ।

 

2019 ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେବେଠାରୁ ସୋନିଆ ଗାନ୍ଧୀ ଏହି ପଦବୀରେ ରହିଆସିଛନ୍ତି । ସେପଟେ ଅଶୋକ ଗେହଲୋଟ ସିଧା କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ରାଜି ନହୁଅନ୍ତି ତେବେ ସେ ନାମାଙ୍କନପତ୍ର ଦାଖଲ କରିବେ। ଶଶୀ ଥରୁର ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅନୁମତି ଆଣିଛନ୍ତି । ତେଣୁ ଆଉ କିଏ ନିର୍ବାଚନରେ ଭାଗ ନେଉଛନ୍ତି ଏହି ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.