ମାତ୍ର ୩୦ ବର୍ଷ ବୟସରେ ଚାଲିଗଲେ ପୂର୍ବତନ WWE ରେସଲର ସାରା ଲି
ୱାଶିଂଟନ: ଆଉ ନାହାନ୍ତି ପୂର୍ବତନ WWE ରେସଲର ସାରା ଲି। ମାତ୍ର ୩୦ ବର୍ଷ ବସୟରେ ପୂର୍ବତନ ୱାର୍ଲଡ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରେସଲର ସାରାଙ୍କ ଦେହାନ୍ତ ହୋଇଛି। ସାରଙ୍କ ମା’ ଟେରି ଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ କେମିତି ତାଙ୍କର ମୃତ୍ୟୁ ହେଲା ସେ ବିଷୟରେ କିଛି ବି ଜଣାପଡ଼ିନି। ସେ ଦୀର୍ଘ ଦିନ ହେଲା କୌଣସି ଅଜଣା ରୋଗରେ ପୀଡ଼ିତ ଥିବା କୁହାଯାଉଛି। ହେଲେ ସେ ଏଥିରୁ ସୁସ୍ଥ ହେଉଥିବା ମାତ୍ର ଦୁଇ ଦିନ ତଳେ ସାରା ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।
ସିଏନଏନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରାଙ୍କ ମା’ ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆମ ସାରା ୱେଷ୍ଟନ ଏବେ ଯୀଶଙ୍କୁ ପାଖକୁ ଚାଲି ଯାଇଛି। ଆମେ ସମସ୍ତେ ସ୍ତବ୍ଧ ଓ କୌଣସି ପ୍ରକାରର ବ୍ୟବସ୍ଥା ମଧ୍ୟ ହୋଇନାହିଁ। ପରିବାର ଲୋକଙ୍କୁ ସମ୍ମାନର ସହ ଶୋକ ପ୍ରକାଶ କରିବା ପାଇଁ ଆପଣମାନେ ଅନୁମତି ଦିଅନ୍ତୁ।”
ସାରା ଲି ୨୦୧୫ରେ WWE ରିୟଲିଟି ପ୍ରତିଯୋଗିତା ସିରିଜ Tough Enough ଜିତିଥିଲେ। ହେଲେ ଏବେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
You were so good in so many ways. You loved your family and friends so much. you were so giving, warm and selfless. You made me giggle. No matter how long we went without seeing each other, we would always pick up right where we left. I love you Sara. pic.twitter.com/3VvySbd2AH
— Nikki A.S.H (@WWENikkiASH) October 6, 2022
ସାରାଙ୍କ ଅକାଳ ବିୟୋଗ ପୂରା ରେସଲିଂ ଜଗତକୁ ସ୍ତବ୍ଧ କରି ଦେଇଛି। ଏଥିସହ ଅନେକ ଲୋକ ଶୋକ ପ୍ରକାଶ କରିବା ମଧ୍ୟ ଆରମ୍ଭ କରିଛନ୍ତି।
WWE ରେସଲର ନିଖି ଅଶ ସୋଶାଲ ମିଡିଆରେ ସାରଙ୍କ ସହ ଉଠାଇଥିବା କିଛି ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ତୁମେ ଅନେକ ମାଧ୍ୟମରେ ବହୁତ ଭଲ। ତୁମେ ତମ ବନ୍ଧୁ ଓ ପରିବାର ଲୋକଙ୍କୁ ବହୁତ ଭଲ ପାଉଥିଲ। ତୁମେ ଜଣେ ଭଲ ମଣିଷ ଥିଲ। ତୁମ ମନରେ ସ୍ୱାର୍ଥ ନଥିଲା। ଆଇ ଲଭ ୟୁ ସାରା ବୋଲି ସେ ଲେଖିଛନ୍ତି।
WWE is saddened to learn of the passing of Sara Lee. As a former "Tough Enough" winner, Lee served as an inspiration to many in the sports-entertainment world. WWE offers its heartfelt condolences to her family, friends and fans. pic.twitter.com/jtjjnG52n7
— WWE (@WWE) October 7, 2022
ରେସଲର ଚେଲସି ଗ୍ରୀନ ଓ WWE ଅଫିସିଆଲ ଆକଉଣ୍ଟରୁ ମଧ୍ୟ ସାରାଙ୍କ ପାଇଁ ଶୋକ ବ୍ୟକ୍ତ କରାଯାଇଛି। ସାରା ଲି WWE ସହ ୨୫୦,୦୦୦ ଡଲାରର ଚୁକ୍ତି କରିଥିଲେ। କିନ୍ତୁ ୨୦୧୬ରେ ସେ WWEରୁ ବାହାରି ଯାଇଥିଲେ।