ରାଜ୍ୟରେ ଚି଼ହ୍ନଟ ହେଲେ ୨୮୯ କରୋନା ପଜିଟିଭ

0

ଭୁବନେଶ୍ୱର(୨୭।୮): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୫୪ ଜଣ ଚିହ୍ନଟ ହୋଇଥିବା ସମୟରେ କ୍ୱାରାଣ୍ଟାଇନ୍‌ରୁ ୧୬୮ ଜଣ ଏବଂ ଲୋକାଲ କେସ୍‌ରୁ ୧୨୧ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରରୁ ୬, ବରଗଡ଼ରୁ ୯, ଭଦ୍ରକରୁ ୧, ବଲାଙ୍ଗୀରରରୁ ୧୧, ବୌଦ୍ଧରୁ ୧୨, କଟକରୁ ୨୫, ଦେବଗଡ଼ରୁ ୨,ଗଜପତିରୁ ୧, ଜଗତ୍‌ସିଂପୁରରୁ ୩, ଯାଜପୁରରୁ ୪, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୮, କନ୍ଧମାଳରୁ ୭, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୬୦, କୋରାପୁଟ୍‌ରୁ ୪, ମୟୁରଭଞ୍ଜରୁ ୬, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୭, ନୂଆପଡ଼ାରୁ ୧୦, ପୁରୀରୁ ୯, ସମ୍ବଲପୁରରୁ ୧୧, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୬୬ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧୩ ଜଣ ରହିଥିବା ସୂଚନା ।

Leave A Reply

Your email address will not be published.