୪ ଅଫିସରଙ୍କୁ ବହିଷ୍କାର ଓ ଅନ୍ୟ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର

0

ଭୁବନେଶ୍ୱର: ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜ୍ୟ ସରକାର ୧୪ଜଣ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୪ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରିଥିବାବେଳେ ଅନ୍ୟ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେହିପରି ଅନ୍ୟ ୬ଜଣଙ୍କର ପେନସନ୍ ଓ ଅବସରକାଳୀନ ସୁବିଧାସୁଯୋଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୋଟ ୧୮୭ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, କୋରାପୁଟ ଲମତାପୁଟ ବ୍ଲକର ପୂର୍ବତନ ସିଡିପିଓ ସ୍ୱର୍ଣ୍ଣଭା ଦାସ,ବୌଦ ଜିଲ୍ଲା କଂଟାମାଳ ବ୍ଲକର ପୂର୍ବତନ ବିଡିଓ ଦାମୋଦର ମହାଲିକ, ଦଶମନ୍ତପୁର ବ୍ଲକର ଜୁନିଅର ଇଞ୍ଜିନିୟର ମନୋଜ କୁମାର ବେଉରା ଓ ସୁନ୍ଦରଗଡ଼ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଦିଲ୍ଲିପ କୁମାର ଦିଗଲଙ୍କୁ ଦୁର୍ନୀତି ଓ ଅପାରଗତା କାରଣରୁ ଚାକିରୀରୁ ବହିଷ୍କାର କରାଯାଇଛି ।

 

ସେହିପରି କଟକ ଜନସ୍ୱାସ୍ଥ୍ୟ ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ନବକିଶୋର ସାମଲ, ପୂର୍ବତନ ପୁଲିସ୍ ଡିଏସପି ମଳୟ କିଶୋର ନାୟକ, ସୁନ୍ଦରଗଡ଼ ମ୍ୟୁନିସପାଲଟିର ଆସିଷ୍ଟାଂଟ ଇଞ୍ଜିନିୟର ଜୟନ୍ତ ନାରାୟଣ ପଣ୍ଡା, ତାଳଚେର ମ୍ୟୁନିସପାଲଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

 

ନୟାଗଡ଼ ଖଣ୍ଡପଡ଼ା ତହସିଲର ପୂର୍ବତନ ତହସିଲଦାର ପଂଚାନନ ବାରିକ, ଗଜପତି ଜିଲ୍ଲା ମୋହନା ବ୍ଲକ୍ ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର, ପୂର୍ବତନ ଆସିଷ୍ଟାଂଟ୍ ଇଞ୍ଜିନିୟର ପ୍ରସନ୍ନ କୁମାର ପାଣି, କୋରାପୁଟ ନନ୍ଦପୁର ବ୍ଲକ ଦାୟିତ୍ୱରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ,ଭୁବନେଶ୍ୱର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର ସୋମନାଥ ପଣ୍ଡା, ଭୁବନେଶ୍ୱର ଆଇଆରସି ଭିଲେଜ ମେଣ୍ଟେନାନ୍ସ ସେକ୍ସନର ପୂର୍ବତନ ଜୁନିଅର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ରଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.