ଓପନିଂ ମ୍ୟାଚ୍‌ରେ ଟସ୍ ଜିତିଲା ଗୁଜୁରାଟ ଟାଇଟାନ୍ସ: ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗସ୍, ଖେଳିପାରନ୍ତି ଶୁଭ୍ରାଂଶୁ ସେନାପତି

0

ଅହମ୍ମଦାବାଦ: ଆରମ୍ଭ ହୋଇଯାଇଛି ଆଇପିଏଲ୍ ୨୦୨୩ । ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ ପରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ଗୁଜରାଟ ଟାଇଟାନ୍ସ । ପ୍ରଥମ ମ୍ୟାଚରେ ଉଭୟ ଟିମ୍ ବିଜୟ ସହିତ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପ୍ରଥମ ଅଭିଯାନରେ ଚାମ୍ପିଅନ୍ ହୋଇଥି ଗୁଜୁରାଟ ଟାଇଟାନ୍ସ ଦୃଢ଼ ମାନାବାଳା ସହିତ ପଡିଆକୁ ଓଲ୍ହାଇବ। ଅନ୍ୟପଟେ ଏହି ମ୍ୟାଚ୍ ପୂର୍ବରୁ ଧୋନିଙ୍କ ଆଘାତ ଯୋଗୁଁ ଚେନ୍ନାଇର ସମସ୍ୟା ବୃଦ୍ଧି ପାଇଛି। ଚେନ୍ନାଇରେ ଅଭ୍ୟାସ ଅଧିବେଶନରେ ଭାରତର ପୂର୍ବତନ ଅଧିନାୟକ ଧୋନି, ୪୧ ବର୍ଷ, ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି। ଗୁରୁବାର ଏଠାରେ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଭ୍ୟାସ ସମୟରେ ସେ ବ୍ୟାଟିଂ କରିନଥିଲେ।

ତେବେ ଏହି ମ୍ୟାଚ୍‌ରେ ଓଡ଼ିଶା ପାଇଁ ଏକ ଭଲ ଖବର ରହିଛି । କାରଣ ଚେନ୍ନାଇ ଦଳରେ ଥିବା ଓଡ଼ିଆ ବ୍ୟାଟ୍ସମ୍ୟାନ୍ ଶୁଭ୍ରାନ୍ସ ସେନାପତି ଚେନ୍ନାଇର ଇମ୍ପାକ୍ଟ ପ୍ଲେୟାର ବା ସବଟିଚ୍ୟୁଟ୍ ଖେଳାଳି ରହିଛନ୍ତି ।

ଚେନ୍ନାଇ: ୧. ଏମଏସ ଧୋନି (କ୍ୟାପଟେନ/ୱିକେଟ୍ କିପର) ୨. ରିତୁରାଜ ଗାଇକୱାଡ ୩. ଡିଭନ୍ କନୱେ ୪. ବେନ୍ ଷ୍ଟୋକ୍ସ ୪. ମୋଏନ୍ ଅଲି ୫. ଅମ୍ବାତି ରାୟୁଡୁ ୬. ରବିନ୍ଦ୍ର ଜାଡେଜା ୭. ଶିବମ୍ ଦୁବେ ୮. ମିଚେଲ ସାଣ୍ଟନର୍ ୧୦. ଦୀପକ ଚହର ୧୧. ରାଜଭାରଡ ହଙ୍ଗେରେକର।

 

ଗୁଜରାଟ: ୧.ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ) ୨. ଶୁଭମାନ ଗିଲ ୩. ରିଦ୍ଧିମାନ ସାହା (ୱିକେଟ୍ କିପର) ୪. କେନ୍ ୱିଲିୟମସନ ୫. ୟଶ ଦୟାଲ ୬. ହାର୍ଦ୍ଦିକ ପାଣ୍ଡ୍ୟା ୭. ରାହୁଲ ତେୱାଟିଆ ୮. ବିଜୟ ଶଙ୍କର ୯. ଜୋଶୁଆ ଲିଟିଲ ୧୦. ଅଲଜାରୀ ଜୋସେଫ ୧୧. ମହମ୍ମଦ ଶାମି।

Leave A Reply

Your email address will not be published.