ଓଡ଼ିଶା ପାଇଁ ନାହିଁ ବାତ୍ୟା ଭୟ! IMD ଡିଜି ଦେଲେ ବଡ଼ ବୟାନ

0

ଭୁବନେଶ୍ୱର: ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ବାତ୍ୟାକୁ ନେଇ ଲୋକଙ୍କ ମନରେ ଛାନିଆ ପଶିଛି । ବାତ୍ୟା କେଉଁଆଡକୁ ମୁହାଁଇବ, ସେନେଇ ଲୋକମାନେ କଳ୍ପନାଜଳ୍ପନା କରୁଛନ୍ତି । ଏହାରି ମଧ୍ୟରେ ଆଇଏମଡି ଡିଜି ବଡ଼ ବୟାନ ଦେଇଛନ୍ତି ।ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ଆୟୋଜି ସାମ୍ବାଦିକ ସମ୍ମିଳନୀରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଡିଜିଙ୍କ କହିବା ମୁତାବକ, ‘ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ବର୍ଷା ଓ ପବନ ନେଇ କିଛଇ ୱାର୍ଣ୍ଣିଂ ନାହିଁ । ଓଡ଼ିଶା, ତାରମିଲନାଡୁ, ଆନ୍ଧ୍ର ପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତାହା ଉପରେ ନଜର ରହିଛି ।’

ସେପଟେ ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ଥିବା ବେଳେ କାଲିଠାରୁ ପାଗ ପରିର୍ବତ୍ତନ ହେବ ସହିତ କାଲି ଠାରୁ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ବର୍ତ୍ତମାନ ରାଜ୍ୟର ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ବାତ୍ୟା ସମ୍ଭାବନା ଭିତରେ ରାଜ୍ୟରେ ଗରମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା କାଲି ଲଘୁଚାପ କ୍ଷେତ୍ର ଅବପାତ ରେ ପରିଣତ ହେବାନେଇ ସୂଚନା ମିଳିଛି। ଆସନ୍ତା ୧୦ତାରିଖରେ ଏହା ସାମୁଦ୍ରିକ ଝଡର ରୂପ ନେବ। ପ୍ରଥମେ ଏକ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତିକରିବ ବୋଲି ସୂଚନା ରହିଛି ଏବଂ ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଏହାପରେ ଭୟଙ୍କର ବାତ୍ୟାର ରୂପ ନେଇ ଏହା ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.