ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ନେଇ ଭିଜେପିର ହୋହଲ୍ଲା

0

ଢେଙ୍କାନାଳ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତାଘାଟ ଶୂନ୍‌ଶାନ୍ ହୋଇପଡ଼ୁଛି । ଏସବୁ ଭିତରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ନେଇ ବିଭିନ୍ନ ବ୍ଲକର ଲୋକେ ଟିପିସିଓଡ଼ିଏଲଙ୍କ ଅଧିକାରୀଙ୍କୁ ଭେଟିଛନ୍ତି । ଏଥିସହିତ କାଳ ବୈଶାଖୀରେ ଗଛ ପଡ଼ି ଛିଣ୍ଡିପଡ଼ିଥିବା ବିଦ୍ୟୁତ ତାରଗୁଡିକୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ।

ସୋମବାର ପୂର୍ବାହ୍ନ ୧୦ଟାରେ ଏନେଇ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି, ପୂର୍ବତନ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତୃବୃନ୍ଦମାନେ କାଠଗଡାସ୍ଥିତ ଟିପିସିଓଡ଼ିଏଲର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ହୋହଲ୍ଲା କରିଥିଲେ । ଆସନ୍ତା ଦୁଇଦିନ ଭିତରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହେବ ବୋଲି ଟିପିସିଓଡ଼ିଏଲ ପ୍ରତିଶ୍ରୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.