ବିମାନ ଶିଳ୍ପର ସବୁଠାରୁ ବଡ ଡିଲ୍, ଏକାସାଙ୍ଗରେ ୫୦୦ ବିମାନ ଅର୍ଡର କଲା ଇଣ୍ଡିଗୋ

0

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ କମ୍ପାନୀ ‘ଇଣ୍ଡିଗୋ’ ବିମାନ ନିର୍ମାଣକାରୀ କମ୍ପାନୀ ‘ଏୟାର୍‌ବସ୍’ ସହିତ ଏକ ବଡ଼ ଡିଲ୍ ଘୋଷଣା କରିଛି । ଇଣ୍ଡିଗୋ ୫୦୦ ଏୟାରବସ୍ ଏ୩୨୦ କିଣିବ । ଏହି ବିମାନଗୁଡିକ ୨୦୨୦ ରୁ ୨୦୩୫ ମଧ୍ୟରେ ବିତରଣ କରାଯିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଏୟାର ଇଣ୍ଡିଆ ୪୭୦ ବିମାନ କିଣିବାକୁ ଅର୍ଡର ଦେଇଥିଲା। ଯାହାକୁ ଏବେ ଇଣ୍ଡିଗୋ ପଛରେ ପକାଇଦେଇଛି।

ଏହି ୫୦୦ ବିମାନ ଅର୍ଡର କେବଳ ଇଣ୍ଡିଗୋ ର ସର୍ବ ବୃହତ ଅର୍ଡର ନୁହେଁ, ବରଂ ଏୟାରବସ୍ ସହିତ ଯେକୌଣସି ବିମାନ କମ୍ପାନୀ ଦ୍ୱାରା ସର୍ବ ବୃହତ ବିମାନ କ୍ରୟ ଡ଼ିଲ। ଏହି ବିମାନ ଗୁଡ଼ିକ ପାଇଁ ଇଞ୍ଜିନ୍ ଚୟନ ଠିକ୍ ସମୟରେ କରାଯିବ। ଏଥିରେ ଏ୩୨୦ ଏବଂ ଏ୩୨୧ ସାମିଲ ରହିବ। ବର୍ତ୍ତମାନ ଭାରତର ଘରୋଇ ବିମାନ ଚଳାଚଳ ବଜାରର ଇଣ୍ଡିଗୋର ପ୍ରାୟ ୬୦ ପ୍ରତିଶତ ସେୟାର ରହିଛି।

ଇଣ୍ଡିଗୋ ଏକ ବୟାନ୍‌ରେ କହିଛି ଯେ, କମ୍ପାନୀ ଏବେ ପ୍ରାୟ ୧୦୦୦ ବିମାନ କିଣିବାକୁ ଚୁକ୍ତି କରିଛି । ଯାହା ଆଗାମୀ ଏକ ଦସନ୍ଧୀ ମଧ୍ୟରେ ଡେଲିଭରୀ କରାଯିବ । ସେହିଭଳି ଏୟାରବସ୍ ଏକ ବୟାନ୍‌ରେ କହିଛି ଯେ ସର୍ବଶେଷ ଚୁକ୍ତିନାମା ଇଣ୍ଡିଗୋ ଦ୍ୱାରା ଏୟାରବସ୍ ମୋଟ୍ ୧,୩୩୦ ବିମାନ ଇଣ୍ଡିଗୋକୁ ଯୋଗାଇଦେବ । ଏହା ସହିତ ଇଣ୍ଡିଗୋ ବିଶ୍ୱର ସବୁଠାରୁ ବଡ଼ ଏ୩୨୦ ପରିବାରର ଗ୍ରାହକ ଭାବରେ ନିଜର ସ୍ଥିତି ପ୍ରତିଷ୍ଠା କରିଛି ।

ଏହି ଡିଲ୍ ଏପରି ସମୟରେ ହେଉଛି ଯେଉଁ ସମୟରେ ଦେଶର ଅନେକ ଏୟାରଲାଇନ୍ କମ୍ପାନୀ ସଂଘର୍ସ କରୁଛନ୍ତି । ଆର୍ଥିକ ସଙ୍କଟ କାରଣରୁ ଗୋ-ଫାଷ୍ଟ ଏୟାରଲାଇନ୍ସ ସ୍ୱେଚ୍ଛାକୃତ ଅସମର୍ଥ ଦେବାଳିଆ ସ୍ଥିତି ଦେଇ ଗତି କରୁଛି । ଏଥି ସହିତ, ଅନେକ କମ୍ପାନୀ ସ୍ପାଇସଜେଟ ବିରୋଧରେ ଦେବାଳିଆ ପାଇଁ ଆବେଦନ କରିଛନ୍ତି । ଏହି କମ୍ପାନୀଗୁଡିକ ସେମାନଙ୍କର ବିମାନକୁ ଲିଜ୍ ଦେଇଛନ୍ତି ।

 

Leave A Reply

Your email address will not be published.