୯ ରାଜ୍ୟକୁ ମାଡି ଗଲାଣି ବାର୍ଡ ଫ୍ଲୁ ବିପଦ; ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ

0

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ମାଡିଗଲାଣି ବାର୍ଡ ଫ୍ଲୁର ଆତଙ୍କ। ଏହାସହିତ ଅନ୍ୟ ସାତୋଟି ରାଜ୍ୟ ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟରେ ପୂର୍ବରୁ ପକ୍ଷୀ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ସ୍ପଷ୍ଟ ହୋଇଛି। ଏଥି ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ରବିବାର ଦିନ କହିଛନ୍ତି ଯେ ବାର୍ଡ ଫ୍ଲୁ ବ୍ୟାପିବା ଉପରେ ନଜର ରଖିବା ପାଇଁ ଗଠିତ କେନ୍ଦ୍ରୀୟ ଦଳ ଦେଶର ସାତୋଟି ରାଜ୍ୟରେ ପ୍ରଭାବିତ ସ୍ଥାନ ପରିଦର୍ଶନ କରୁଛନ୍ତି।

 

ସୂଚନା ମିଳିଛି ଯେ କୃଷି ଉପରେ ସଂସଦୀୟ ସ୍ଥାୟୀ କମିଟି ପଶୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଡକାଇ ଦେଶରେ ପଶୁ ଟିକା ଉପଲବ୍ଧତା ଯାଞ୍ଚ କରିବାକୁ କହିଛନ୍ତି। ଆଶା କରାଯାଉଛି ଯେ ଶୀଘ୍ର ଏକ ବୈଠକ ହେବ।

 

ଜୀବନ୍ତ ପକ୍ଷୀ ଆମଦାନୀ ଉପରେ ଦିଲ୍ଲୀ ନିଷେଧାଦେଶ ଜାରି କରିଛି ଏବଂ ଗାଜିପୁରର ବୃହତ୍ତମ ହୋଲସେଲ କୁକୁଡ଼ା ବଜାର ସାମୟିକ ଭାବେ ବନ୍ଦ ହୋଇଯାଇଛି। ଦିଲ୍ଲୀର ପଶୁପାଳନ ବିଭାଗ କହିଛି ଯେ ମୃତ ପକ୍ଷୀମାନଙ୍କର ଆଠଟି ନମୁନା ପରୀକ୍ଷା କରିବା ପରେ ଦିଲ୍ଲୀରେ ବାର୍ଡ ଫ୍ଲୁ ନିଶ୍ଚିତ ହୋଇଛି। ସମସ୍ତ ନମୁନା ବାର୍ଡ ଫ୍ଲୁ ପାଇଁ ପଜିଟିଭ୍ ଆସିଛି।

Leave A Reply

Your email address will not be published.