ଆଉ କିଛି ସମୟ ପରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଲକଡାଉନ୍ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

0

ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରିବେ । କରୋନା ମୁକାବିଲା ଓ ଲକଡାଉନ୍ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଣା ହୋଇପାରେ । ରାଜ୍ୟରେ ବଢ଼ିପାରେ ଲକଡାଉନ୍ ଅବଧି । ଏନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କାରଣ ରାଜ୍ୟରେ ଆସନ୍ତାକାଲି ଲକଡାଉନ୍ ସରୁଛି ।

ଏବେ ରାଜ୍ୟରେ ପଜିଟିଭ୍ ହାର ୨୦ ପ୍ରତିଶତ ତଳେ ରହୁଛି । ବିଭିନ୍ନ ରାଜ୍ୟ ଲକଡାଉନ୍ ଅବଧି ବଢ଼ାଇଛନ୍ତି । ତେଣୁ ଓଡ଼ିଶା ସରକାର ବି ଏଦିଗରେ କିଛି ନିଷ୍ପତ୍ତି ନେଇପାରନ୍ତି । ଲକଡାଉନ୍ ନବଢ଼ିଲେ ବି କଟକଣା ଅଧିକ କଡ଼ାକଡ଼ି ନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କଣ କହିବେ ମୁଖ୍ୟ ସଚିବ ତାଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.