ଜାଡେଜା ଶେୟାର କଲେ ଟିମ୍ ଇଣ୍ଡିଆର ନୂଆ ଲୁକ୍‌

0

ନୂଆଦିଲ୍ଲୀ: ଭାରତ ଜୁନ ୨ରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବ । ଏହି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ନୂଆ ଲୁକରେ ଦେଖିବାକୁ ମିଳିବ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହାର ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

 

୯୦ ଦଶକରେ ଭାରତୀୟ କ୍ରିକେଟର ମାନେ ପିନ୍ଧୁଥିବା ଡ୍ରେସ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ନୂତନ ଲୁକକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି । ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।

Leave A Reply

Your email address will not be published.