ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେମିତି ଦ୍ଵାଦଶ ପରୀକ୍ଷା କରିବ କୁହ ?

0

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ବାତିଲ କରିସାରିବା ପରେ ସମସ୍ତ ରାଜ୍ୟ ମଧ୍ୟ ସେମାନଙ୍କ ବୋର୍ଡ ଦ୍ଵାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ତେବେ ଆନ୍ଧ୍ର ସରକାର ଦ୍ଵାଦଶ ପରୀକ୍ଷା ବାତିଲ କରିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରକୁ ଚେତାବନୀ ଦେବା ସହ କେମିତି ପରୀକ୍ଷା କରିବ ବୋଲି ପ୍ରଶ୍ନ କରିଛନ୍ତି। ଚେତାବନୀ ଦେଇଛନ୍ତି ଯେ, ଯଦି ଗୋଟିଏ ବି ଛାତ୍ରର ଜୀବନ ହାନୀ ହୁଏ ତେବେ ଏଥିପାଇଁ କୋଟିଏ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ। ପରୀକ୍ଷା ବାତିଲ କରିବାକୁ ଏକ ମାମଲାର ଶୁଣାଣୀ କରି ଏହା ଚେତାଇଦେଇଛନ୍ତି। ଏହା ସହିତ କେମିତି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଗଲା ଓ ଏହା ଜଣେ ବ୍ୟକ୍ତି ନେଇଛନ୍ତି ନା ସରକାରଙ୍କର ନିଷ୍ପତ୍ତି ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀର ଭୟାବହତା ଭିତରେ ସବୁ ଦିଗକକୁ ବିଚାରକୁ ନିଆଯାଇଥିଲା କି ନାହିଁ ସେ ସମ୍ପର୍କରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୫.୨ ଲକ୍ଷ ଦ୍ଵାଦଶ ପରୀକ୍ଷାର୍ଥୀ ଥିବା ବେଳେ ସେମାନଙ୍କୁ ୩୪,୦୦୦ କୋଠରୀରେ କେମିତି ପରୀକ୍ଷାର ବ୍ୟବସ୍ଥା କରାଯିବ ତାହା ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.