ତେଲେଙ୍ଗାନାରେ ଉଦ୍ଧାର ଦାଦନ ଶ୍ରମିକ, କେତେ ସଜାଗ ଶ୍ରମ ବିଭାଗ ?

0

ରାୟଗଡା: ବେଶ କିଛିଦିନ ପୂର୍ବରୁ ସାମନାକୁ ଆସିଥିଲା ଗୁଣ୍ଟୁର ଜିଲ୍ଲା ଚିଙ୍ଗୁଡି ଫ୍ୟାକ୍ଟ୍ରୀରେ ଘଟିଥିବା ଅଭାବନୀୟ ଘଟଣା । ପ୍ରାଣ ହରାଇଥିଲେ ରାୟଗଡା ଓ ଗଜପତି ଜିଲ୍ଲାର ଦାଦନ ଶ୍ରମିକ । ଏହି ଘଟଣା ପରେ ଲୋକେ ଭାବିଥିଲେ ବୋଧ ହୁଏ ଶ୍ରମ ବିଭାଗର ଚେତା ପଶିଛି । ହେଲେ ଅନ୍ୟ ଏକ ଘଟଣାକୁ ନେଇ ପୁଣିଥରେ ଶ୍ରମ ବିଭାଗର ଅପାରଗତା ସାମ୍ନାକୁ ଆସିଛି ।

ଅପରେସନ୍ ମୁସ୍କାନ ଅଧିନରେ ତେଲେଙ୍ଗାନାରୁ ୭ଜଣ ନାବାଳକ ଓ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ତେଲେଙ୍ଗାନା ପୋଲିସ ସୁରିୟାପେଟା ଜିଲ୍ଲା ସଦର ମହକୁମାରେ ଥିବା ଏକ ସିମେଣ୍ଟ ଫ୍ୟାକ୍ଟ୍ରୀରେ ଛାପା ମାରିଥିଲା । ଚଢାଉରେ ତେଲେଙ୍ଗାନା ପୋଲିସ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀ ନଗର ଗାଁର ୭ଜଣ ନାବାଳକ ଓ କାଶୀପୁରର ଜଣେ ନାବାଳିକାକୁ ଉଦ୍ଧାର କରିଥିଲା । ସମସ୍ତଙ୍କ ବୟସ ୧୫ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତମାସ ୨୯ ତାରିଖରେ ସମସ୍ତଙ୍କୁ ପୋଲିସ ଉଦ୍ଧାର କରି ଏକ ସୁଧାର ଗୃହରେ ରଖିଥିଲା । ଆଜି ସକାଳୁ ତେଲେଙ୍ଗାନା ପୋଲିସ ସେମାନଙ୍କୁ ଧରି ରାୟଗଡା ପହଂଚିଥିଲା । ପରେ କାଉନସେଲିଂ କରି ସମସ୍ତ ନାବାଳକ ଓ ନାବାଳିକାକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.