୫ ଦିନିଆ ରିମାଣ୍ଡରେ ଗୋବିନ୍ଦ
ବଲାଙ୍ଗୀର: ୫ ଦିନିଆ ରିମାଣ୍ଡରେ ଗୋବିନ୍ଦ । ମହାଲିଙ୍ଗସ୍ଥିତ ସନ୍ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଗୋବିନ୍ଦଙ୍କୁ ଗତକାଲି ଗିରଫ ପରେ ପୁଲିସ ଆଜି ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା। ଗୋବିନ୍ଦଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଗୋବିନ୍ଦଙ୍କୁ ୫ ଦିନିଆର ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ମମିତା ମେହେର ଗତ ୮ ତାରିଖ ଦିନ ନିଖୋଜ ହୋଇଥିଲେ। ଏହି ଘଟଣାରେ ପୁଲିସ ଗୋବିନ୍ଦଙ୍କୁ ଅକ୍ଟୋବର ୧୯ ତାରିଖରେ ଆଖୁ କିଆରିରୁ ଗିରଫ କରିଥିଲା। ପୁଲିସ ଗୋବିନ୍ଦଙ୍କୁ ନିଜ ଅଧିନକୁ ଆଣି ପଚରା ଉଚରା କରିଥିଲା।