ଭୁବନେଶ୍ୱରରେ ଓଲଟିଲା ପଥର ବୋଝେଇ ଟ୍ରକ୍‌; ୪ ଆହତ

0

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମେଣ୍ଢାଶାଳ ଛକ ନିକଟରେ ଏକ ପଥର ବୋଝେଇ ମିନି ଟ୍ରକ୍ ଓଲଟି ପଡିବା ଫଳରେ ପ୍ରାୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଟ୍ରକଟି ଖୋର୍ଦ୍ଧାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ସହ ପାଖରେ ଥିବା ହୋଟେଲ୍ ଓ କେବିନରେ ବାଡେଇ ହୋଇଯାଇଥିଲା ।

ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର, ହେଲପର୍ ଓ ଜଣେ ନାବାଳକଙ୍କ ସମେତ ଆଉ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଉକ୍ତ ମିନି ଟ୍ରକଟି ବେଆଇନ୍ ଭାବେ ପଥର ନେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ ।

Leave A Reply

Your email address will not be published.