ହିତାଧିକାରୀଙ୍କୁ ବିଡିଏ ଓ ହାଉସିଂ ବୋର୍ଡ ପକ୍ଷରୁ ଦିଆଗଲା ଲିଜ୍‌ ଦଲିଲ

0

ଭୁବନେଶ୍ବର : ଲିଜ୍‌ ଦଲିଲ ପାଇଲେ ହିତାଧିକାରୀ । ବିଡିଏ ଏବଂ ହାଉସିଂ ବୋର୍ଡ ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ ହୋଇଛି । ଆଚାର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗନଗର, ଅନନ୍ତ ବିହାର, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବ ବିହାର ଏବଂ ଡୁମୁଡୁମା ଅଞ୍ଚଳରେ ଦୀର୍ଘ ୨୦ ବର୍ଷ ତଳେ ବିଡିଏ ଓ ହାଉସିଂ ବୋର୍ଡ ପକ୍ଷରୁ ସୁଲଭ ମୂଲ୍ୟରେ ଲୋକଙ୍କୁ ଘର ଯୋଗାଇ ଦିଆଯାଇଥିଲା । ମାତ୍ର ଲିଜ ଡିଡ୍‌ ପାଇଁ ଅଧିକ ଅର୍ଥ ପଡୁଥିବାରୁ କାମ ପଡ଼ି ରହିଥିଲା ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜାଗା ଉପରେ ଜରିମାନା, ସୁଧ ଇତ୍ୟାଦି ବାବଦକୁ ମୋଟ୍‌ ୨୯ କୋଟି ୧୫ ଲକ୍ଷରୁ ଅଧିକ ଟଙ୍କା ଛାଡ଼ କରିବା ପରେ ଲିଜ ଡିଡ୍‌ କାମ ଶେଷ ହୋଇଥିଲା । ଏହାଦ୍ବାରା ହାଉସିଂ ବୋର୍ଡର ୧ ହଜାର ୯୨୫ ଏବଂ ବିଡିଏର ୮୭୮ ଏପରି ମୋଟ୍‌ ୨ ହଜାର ୮୦୩ ହିତାଧିକାରୀ ଉପକୃତ ହେବେ । ଦ୍ବିତୀୟ ପର୍ଯ୍ୟାୟରେ ୧୪ ହଜାର ୪୬୦ଟି ସୁଲଭ ବାସଗୃହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଯୋଗାଇ ଦେବାକୁ ଅତିଶୀଘ୍ର ଯୋଜନା ଆରମ୍ଭ ହେବ । ଆଜି ବିଡିଏ ୭୮ ଜଣଙ୍କୁ ଏବଂ ହାଉସିଂ ବୋର୍ଡ ୪୩ ଜଣ ହିତାଧିକାରୀଙ୍କର ଦଲିଲ ପ୍ରଦାନ କରିଛି । ଖୁବଶୀଘ୍ର ପର୍ଯ୍ୟାୟକ୍ରମେ ସମସ୍ତ ହିତାଧିକାରୀଙ୍କୁ ଲିଜ୍ ଦଲିଲ ପ୍ରଦାନ କରାଯିବ ।

Leave A Reply

Your email address will not be published.