ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା, ୨୪ ମୃତ, ଶତାଧିକ ନିଖୋଜ

0

ତିରୁପତି : ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା । କ୍ରମାଗତ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି । ବନ୍ୟାର ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତିରୁପତିରେ ସ୍ଥିତି ଜଟିଳ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ ଫସିଛନ୍ତି । ତିରୁମାଲା ପର୍ବତକୁ ଯାଇଥିବା ଘାଟି ରାସ୍ତା ଓ ବିଭିନ୍ନ ପଥକୁ ବନ୍ଦ କରି ଦିଆଯାଇଛି । ତିରୁପତି ଅନ୍ତର୍ଗତ ସ୍ବର୍ଣ୍ଣମୁଖୀ ନଦୀରେ ପ୍ରବଳ ବନ୍ୟା ଆସିବା ଯୋଗୁ ହଜାର ହଜାର ଲୋକ ଜଳବନ୍ଦୀ ରହିଛନ୍ତି ।

 

ରାଜ୍ୟ ପରିବହନ ବିଭାଗର ୧୨ଟି ବସ୍ ବିଭିନ୍ନ ସ୍ଥାନରେ ଫସିଛି । ଅନନ୍ତପୁର ଜିଲ୍ଲାରେ ଘର ଭୁଶୁଡ଼ି ୨ ଶିଶୁ ପ୍ରାଣ ହରାଇଛନ୍ତି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ତାକମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ଚେୟେରୁ ନଦୀରେ ବଡ ବନ୍ୟା ଆସିଥିଲା । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡୀ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ବାହିନୀକୁ ମୁତୟନ କରାଯାଇଛି । ବନ୍ୟା ଯୋଗୁ ଅଧିକାଂଶ ରାସ୍ତା ଧୋଇଯାଇଛି । ରାୟଲସୀମା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଚିତ୍ତୋର, କଡପା, କର୍ଣ୍ଣଲ ଓ ଅନନ୍ତପୁର ଜିଲ୍ଲୀ ବି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.