ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ‘ଟି ସେତୁ’

0

କଟକ : କମିବ କଟକ ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କି ଓ ଖୋର୍ଦ୍ଧାକୁ ଦୂରତା । ଯାତାୟାତ ହେବ ସୁଗମ । କାରଣ ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ‘ଟି ସେତୁ’ । ଏହି ସେତୁ ଉଦଘାଟିତ ହେବା ପରେ ଏହାଦ୍ବାରା ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଏହି ଦୀର୍ଘତମ ସେତୁକୁ ଉଦଘାଟନ କରିବେ ।

 

ଗତ ୨୦୧୪ ମସିହାରେ ଏଠାରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ୧୩୧ କୋଟି ଟଙ୍କା ବ୍ୟୟରେ ଏହି ଦୀର୍ଘତମ ସେତୁର ନିର୍ମାଣ ଶେଷ ହୋଇଛି । ଆସନ୍ତାକାଲି ବିଦ୍ଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହାଦ୍ବାରା କଟକ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର ଜନସାଧାରଣଙ୍କ ସମେତ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ଏହି ସେତୁକୁ କାର୍ଯ୍ୟକ୍ଷମ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।

Leave A Reply

Your email address will not be published.