ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

0

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ କହି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

 

ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଏଥିପାଇଁ ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଦାୟୀ ଚର୍ଚ୍ଚା ହେଉଥିଲା । ଏପରିକି ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେନେଇ ସାମ୍ବାଦିକ ସମ୍ମଳନୀରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ ।

Leave A Reply

Your email address will not be published.