ଆଇପିଏଲ ମେଗା ନିଲାମରେ ଓଡିଶାରୁ ମାତ୍ର ୨ଜଣ

0

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ମେଗା ନିଲାମ ପ୍ରକ୍ରିୟାରେ ଓଡିଶାର ମାତ୍ର ୨ଜଣ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏଶନ ୫ଜଣ ଖେଳାଳିଙ୍କ ନାମ ଏଥିପାଇଁ ପଠାଇଥିଲା । ଶୁଭ୍ରାଂଶୁ ଓ ଅଭିଷେକଙ୍କ ବ୍ୟତୀତ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି ମଧ୍ୟ ଏଥିନେଇ ଆଶାୟୀ ଥିଲେ । ଏମାନେ ସମସ୍ତେ ସୟେଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିଲେ ।

 

ଫେବୃୟାରୀ ୧୨ ଓ ୧୩ରେ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟାରେ ୫୯୦ ଖେଳାଳିଙ୍କୁ ସାମିଲ କରାଯାଇଛି । ୨୦୨୨ରୁ ୧୦ଟି ଟିମ ଅଂଶଗ୍ରହଣ କରିବେ । କେଉଁ ଫ୍ରାଂଚାଇଜ ଓଡିଶାର ୨ ଖେଳାଳିଙ୍କୁ ନେବ ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.