ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ

0

ନୂଆଦିଲ୍ଲୀ: ଦେଶର ଉଦ୍ୟୋଗପତି ବାଜାଜ ଅଟୋ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି । ୮୩ ବର୍ଷ ବୟସରେ ପୁଣେରେ ତାଙ୍କର ଦେହାନ୍ତ ହୋଇଛି । ବାଜଜ ଗ୍ରୁଫ୍ ପକ୍ଷରୁ ସୂଚନା ମିଳିଛି ,ଶନିବାର ଦିନ ୨.୩୦ ମନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ବହୁତ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ ।

ରାହୁଲ ବଜାଜା ଜଣେ ସଫଳ ବ୍ୟବସାୟୀ ଭାବେ ପ୍ରସିଦ୍ଧ । ୧୯୬୫ରେ ସେ ବଜାଜ କମ୍ପାନୀ ଦାୟିତ୍ୱ ସମ୍ଭାଳିବା ପରେ କମ୍ପାନୀ ସଫଳତାରେ ଶୀର୍ଷରେ ପହଁଞ୍ଚିଥିଲା ।ଦେଶରେ ସ୍କୁଟର ବିକ୍ରି କମ୍ପାନୀ ଗୁଡିକ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଥିଲା ବଜାଜ । ରାହୁଲ ବଜାଜଙ୍କର ଜନ୍ମ ୧୯୩୮ ମସିହାର କୋଲକାତାର ମାରୱାଡ଼ି ବ୍ୟବସାୟୀ କମଲନୟନ ବଜାଜ ଓ ସାବିତ୍ରୀ ବଜାଜଙ୍କ ପରିବାରେ ହୋଇଥିଲା

ଦୀର୍ଘ ୫୦ ବର୍ଷ ଧରି ସେ ବଜାଜର ଚେୟାରମ୍ୟାନ ରହିବା ପରେ ୨୦୦୫ରେ ରାହୁଲ ବଜାଜଙ୍କ ପୁଅ ରାଜୀବଙ୍କୁ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ । ରାହୁଲ ବଜାଜ ୨୦୦୧ରେ ପଦ୍ମ ଭୂଷଣ ଉପାଧି ପାଇଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.