ଲଟେରୀ ଅଫର୍ ମାଧ୍ୟମରେ ଭୋଟରଙ୍କ ମନ ମୋହୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ

0

କଳାହାଣ୍ଡି : ଭୋଟ ପାଇଁ ଭୋଟରଙ୍କୁ ଲଟେରୀ ଲୋଭ ଦେଖାଇଲେ ପ୍ରାର୍ଥୀ । ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ନିଜ ନିଜ ଶୈଳିରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏବେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକଙ୍କ ଲଟେରୀ ଅଫର । ସେ ତାଙ୍କ ଚିହ୍ନ ଖୋଲାଛତାରେ ଭୋଟ ଦେବାପାଇଁ ଲଟେରୀ କାର୍ଡ ଛାପି ଭୋଟରଙ୍କୁ ବାଣ୍ଟୁଛନ୍ତି । ଏବଂ ସସ୍ମିତା ଭୋଟରମାନଙ୍କୁ ନିବେଦନ କରୁଛନ୍ତି ତାଙ୍କର ଚିହ୍ନ ଖୋଲାଛତାରେ ଭୋଟ ଦେଲେ ଆପଣ ଆକର୍ଷଣୀୟ ଉପହାର ପାଇପାରିବେ ।

ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଲଟେରୀ ଉଠିବ । ଏହି ଲଟେରୀ ଗିଫ୍ଟରେ ୧୦ ପ୍ରକାର ଲଟେରୀ ଉପଲବ୍ଧ ରହିଛି । ସେ ସେସବୁ ହେଲା , ସୁନା ୧୦ ଗ୍ରାମ, ଫ୍ରିଜ୍, ରୂପା ୧୦ ତୋଲା , ୱାସିଂମେସିନ , ମୋବାଇଲ ଫୋନ୍ , ଗଡରେଜ୍ ଆଲମୀରା,ସିଲିଂଫ୍ୟାନ୍ , ଗ୍ରାଇଣ୍ଡର , ପ୍ରସର କୁକୁର ଓ କଟନ୍ ସାଢୀ । ଭୋଟରମାନେ ଖୋଲାଛତାରେ ଭୋଟଦେଲେ ମାର୍ଚ୍ଚ ୧୩ ତାରିଖରେ ଏହି ଲଟ୍ରି ପାଇବେ ।

ଯଦି ସେ ଜିତନ୍ତି ତବେ ଲକି ଡ୍ର ତାରିଖରେ ସମସ୍ତଙ୍କୁ ଗିପ୍ଟ ଦେବେ ବୋଲି କହିଛନ୍ତି । ଏଥିରେ ସେ ୧୩୦୦ଟି ପରୁଷ୍କାର ମଧ୍ୟ ସାମିଲ କରିଛନ୍ତି ।। ଲୋକମାନେ ଆସନ୍ତା ୧୩ ତାରିଖରେ କୁପନ ଦେଖାଇ କୁହୁରା ପଞ୍ଚାୟତ ପଡିଆରୁ ଏହା ସଂଗ୍ରହ କରିବେ ।ଏହି ନିଆରା ଢଙ୍ଗର ପ୍ରଚ।ର ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକରେ କିଏ ବାଜିମାତ କରିବ । ଫଳାଫଳା ବାହାରିବା ପରେ ଜଣାପଡିବ ।

Leave A Reply

Your email address will not be published.